ଚୀନରୁ କାରଖାନା ହଟାଇ ନେବ ଜାପାନ

ଟୋକିଓ : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜାପାନ ସରକାର ନିଜ ଦେଶର କମ୍ପାନୀମାନଙ୍କୁ ଯଥାଶୀଘ୍ର ସମ୍ଭବ ଚୀନରୁ ପ୍ଲାଣ୍ଟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କହିଛି । ଏଥିପାଇଁ ସେମାନଙ୍କୁ ଜାପାନ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଜାପାନ ସମେତ ବିଶ୍ୱର ବିଭିନ୍ନ ଦେଶର ପ୍ରମୁଖ କମ୍ପାନୀ ଗୁଡ଼ିକ ଚୀନରେ ନିଜର ପ୍ଲାଣ୍ଟ ସ୍ଥାପନ କରିଛନ୍ତି । ସେହିପରି ଚୀନ ବିଭିନ୍ନ ଦେଶର କମ୍ପାନୀଙ୍କୁ ଯନ୍ତ୍ରାଂଶ ଏବଂ କଞ୍ଚାମାଲ ରପ୍ତାନୀ କରୁଛି । କିନ୍ତୁ ଚୀନରେ କରୋନା ବ୍ୟାପିବା ପରେ ସେଠାରେ ପ୍ଲାଣ୍ଟ ସବୁ ବନ୍ଦ ହୋଇଯାଇଥିଲା । ଫଳରେ ଚୀନରୁ ଯନ୍ତ୍ରାଂଶ ଓ କଞ୍ଚାମାଲ ମଗାଉଥିବା ବିଦେଶୀ କମ୍ପାନୀଗୁଡ଼ିକର ଉତ୍ପାଦନ ପ୍ରଭାବିତ ହେଲା । ଜାପାନର କମ୍ପାନୀ ଗୁଡ଼ିକ ବି ଏଥିରୁ ବାଦ ପଡ଼ି ନଥିଲେ । ଚୀନ ଜାପାନର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି । କିନ୍ତୁ କରୋନା ଯୋଗୁଁ କେବଳ ଗତ ମାସରେ ଚୀନରୁ ଜାପାନରୁ କରାଯାଉଥିବା ଆମଦାନୀ ପ୍ରାୟ ଅଧା କମି ଯାଇଥିଲା । ତେଣୁ ଆଗାମୀ ଦିନରେ ଏହି ସମସ୍ୟା ଦୂର କରିବା ପାଇଁ ଜାପାନର ସରକାର ଚାହୁଁଛନ୍ତି କି ଜାପାନର ସମସ୍ତ କମ୍ପାନୀ ନିଜର ପ୍ଲାଣ୍ଟ ଚୀନରୁ ହଟାଇ ନିଜ ଦେଶକୁ ନେଇ ଆସନ୍ତୁ କିମ୍ବା ଦକ୍ଷିଣ ପୂର୍ବ ଏସିଆର ଅନ୍ୟ କୌଣସି ଦେଶକୁ ନେଇ ଯାଆନ୍ତୁ । ଏପରି ପଦକ୍ଷେପ ନେବା ପଛରେ ଅନ୍ୟ ଏକ କାରଣ ହେଉଛି କି ଚୀନ ହିଁ କରୋନା ଭାଇରସକୁ ଏକ ଜୈବିକ ଅସ୍ତ୍ର ଭାବେ ପ୍ରୟୋଗ କରିଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି । ତେଣୁ ଅନ୍ୟ ଦେଶମାନେ ଚୀନକୁ ଦଣ୍ଡିତ କରିବାକୁ ଚାହୁଁଛନ୍ତି । ତେଣୁ ସେମାନେ ନିଜର କମ୍ପାନୀ ଗୁଡ଼ିକୁ ଚୀନ ଛାଡ଼ିବାକୁ ପରାମର୍ଶ ଦେଉଛନ୍ତି । ଜାପାନ ସରକାର ଏଥିପାଇଁ ନିଜ ଦେଶର କମ୍ପାନୀମାନଙ୍କୁ ବିପୁଳ ଆର୍ଥିକ ସହାୟତା ଯୋଗାଇ ଦେବେ । ଯେଉଁ କମ୍ପାନୀ ଗୁଡ଼ିକ ଚୀନରୁ ଜାପାନକୁ ନିଜର ପ୍ଲାଣ୍ଟ ସ୍ଥାନାନ୍ତର କରିବେ, ସେମାନଙ୍କ ପାଇଁ ୨ ବିଲିୟନ ଡଲାରର ଅନୁଦାନ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଚୀନରୁ ଅନ୍ୟ ଦେଶକୁ ନିଜର ପ୍ଲାଣ୍ଟ ନେବାକୁ ଚାହିଁବେ, ସେମାନଙ୍କ ପାଇଁ ୨୩.୫ ଶହ କୋଟି ୟେନ (୨ ବିଲିୟନ ଡଲାରରୁ ଉଲାର) ଅନୁଦାନ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଗତ ମାସରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ, ଚୀନରେ ସକ୍ରିୟ ଜାପାନର ୨୬୦୦ କମ୍ପାନୀ ଭିତରୁ ୩୭% ନିଜର ପ୍ଲାଣ୍ଟ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ରାଜି ଥିବା ପ୍ରକାଶ କରିଛନ୍ତି ।
ଜାପାନ ଓ ଚୀନ ପରସ୍ପରକୁ ଶତ୍ରୁ ବୋଲି ମାନୁଥିଲେ ମଧ୍ୟ ନିକଟରେ ସେମାନଙ୍କର ସମ୍ପର୍କ ସୁଧୁରୁଥିଲା । ଏମିତିକି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତ ମାସରେ ଜାପାନ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ହେଲେ ଚୀନରେ କରୋନା ବ୍ୟାପିବା ପରେ ଏହି ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଏବେ ଜାପାନ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଯୋଗୁଁ ଦୁଇ ଦେଶର ସମ୍ପର୍କରେ ପୁଣି ତିକ୍ତତା ଦେଖାଦେବାର ଆଶଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ