ଚୀନରେ କୋରୋନା ବଢ଼ାଇଛି ଛାଡ଼ପତ୍ର ମାମଲା

ବେଜିଂ: ଚୀନରେ କୋରୋନା ସଂକ୍ରମଣ ଯୋଗୁ ଲୋକେ ଘରେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। ଏହାଦ୍ୱାରା ସ୍ବାମୀ-ସ୍ତ୍ରୀ ଅଧିକ ସମୟ ଧରି ଏକାଠି ରହୁଥିବାରୁ ପରସ୍ପର ମଧ୍ୟରେ ମତଭେଦ ଏବଂ ବିବାଦ ସୃଷ୍ଟି ହେଉଛି। ଫଳରେ ଦମ୍ପତି ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହେବାରେ ଲାଗିଛନ୍ତି। ଗୋଟିଏ ପଟେ କୋରୋନା ଯୋଗୁ ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ଅନ୍ୟପଟେ ପାରିବାରିକ ଜୀବନରେ କଳହ ଯୋଗୁ କେତେକ ଦମ୍ପତି ଛାଡ଼ପତ୍ର ଦେବାକୁ ଶ୍ରେୟ ମଣୁଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟରେ ଦର୍ଶାଯାଇଛି। ୨୪ ଫେବ୍ରୁଆରୀ ସୁଦ୍ଧା ୩୦୦ରୁ ଅଧିକ ଦମ୍ପତି ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କରିଛନ୍ତି। ବ୍ୟସ୍ତ ବହୁଳ ଜୀବନରେ କୋରୋନା ଯୋଗୁ ବାଧ୍ୟ ହୋଇ ଦମ୍ପତି ଅଧିକ ସମୟ ଧରି ଏକାଠି ରହିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ