ଚୀନରେ ବନ୍ଦ ହେଲା ଭାରତୀୟ ଗଣମାଧ୍ୟମ ଓ୍ବେବସାଇଟ

ବେଜିଂ: ବେଳକୁ ବେଳ ଭାରତ-ଚୀନ ସମ୍ପର୍କ ଅଶାନ୍ତ ହେବାରେ ଲାଗିଛି। ସୀମା ବିବାଦ ପରେ ଉଭୟ ଦେଶ ମଧ୍ୟରେ ତୁତୁ ମେମେ ବଢିବାରେ ଲାଗିଛି। ଭାରତ ଚୀନର ପାଖାପାଖି ୫୯ଟି ଆପ୍‌ ବନ୍ଦ କରିଦେବା ପରେ ଏବେ ଚୀନର ନିଦ ହଜିଯାଇଛି। ଏହାର ପ୍ରତି ଜବାବରେ ଚୀନ ଭାରତର ନ୍ୟୁଜ ଚ୍ୟାନେଲ ଓ ଗଣମାଧ୍ୟମ ସହ ଜଡିତ ସମସ୍ତ ଓ୍ବେବସାଇଟକୁ ବନ୍ଦ କରିଦେଇଛି। ତେବେ ଚୀନରେ ଏସବୁ ଓ୍ବେବସାଇଟକୁ ଦେଖିବାକୁ ଅବା ଭାରତୀୟ ଲାଇଭ୍‌ ଟିଭି ଦେଖିବାକୁ ଏବେ ଭର୍ଚୁଆଲ ପ୍ରାଇଭେଟ ନେଟଓ୍ବର୍କ (ଭିପିଏନ୍‌) ଜରିଆରେ ଆକ୍ସେସ୍‌ କରାଯାଇ ପାରିବ। କିନ୍ତୁ ଗତ ୨ ଦିନ ହେବ ଭିପିଏନ୍‌କୁ ବି ଚୀନ କର୍ତ୍ତୃପକ୍ଷ ବ୍ଲକ୍‌ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବେଜିଂରୁ ନିର୍ଦ୍ଦେଶ ମିଳିବା ପରେ ହିଁ ଭାରତୀୟ ସମାଚାର ଓ୍ବେବସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବେଜିଂର ଏକ କୂଟନୈତିକ ସୂତ୍ରରୁ ଜଣାପଡିଛି ଯେ ଏବେ ଭାରତୀୟ ଟେଲିଭିଜନ ଚ୍ୟାନେଲ କେବଳ ଆଇପି ଟିଭି ମାଧ୍ୟମରେ ଦେଖାଯାଇ ପାରିବ। ତେବେ ଗତ ୨ ଦିନ ହେବ ଏକ୍ସପ୍ରେସ୍‌ ଭିପିଏନ୍‌ ମଧ୍ୟ ଚୀନର ଆଇଫୋନ ଓ ଡେକ୍ସଟପ୍‌ରେ କାମ କରୁନାହିଁ ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ