ଚୀନର ମୋବାଇଲ ଆପ୍ ନିଷିଦ୍ଧ ହେବ !

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ ସେନାର ଯୁଦ୍ଧଖୋର ମନୋବୃତ୍ତି ଯୋଗୁଁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ତେବେ ଏହି ପରିପ୍ରେକ୍ଷୀରେ ଚୀନ ତିଆରି ୫୨ଟି ମୋବାଇଲ ଫୋନ ଆପ୍ଲିକେସନକୁ ଭାରତୀୟ ଗୁଇନ୍ଦା ବିଭାଗ ସନେ୍ଦହଜନକ ବୋଲି ଦର୍ଶାଇଛି । ସେହି ସବୁ ଆପ୍ଲିକେସନକୁ ସରକାର ନିଷିଦ୍ଧ କରିବା ସହ ଜନସାଧାରଣ ଏହାର ବ୍ୟବହାର ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହେଉ ବୋଲି ଗୁଇନ୍ଦା ବିଭାଗ ପ୍ରସ୍ତାବ ରଖିଛି । ସମ୍ପୃକ୍ତ ମୋବାଇଲ ଆପ୍ଲିକେସନ ଗୁଡ଼ିକ ଆଦୌ ନିରାପଦ ନୁହେଁ ଏବଂ ତାହା ଦ୍ୱାରା ଭାରତୀୟମାନଙ୍କର ଗୋପନ ତଥ୍ୟ ଚୋରି ହୋଇଯାଉଛି ବୋଲି ଗୁଇନ୍ଦା ବିଭାଗ ସନ୍ଦେହ ପ୍ରକଟ କରିଛି । ଗୁଇନ୍ଦା ବିଭାଗର ତୀକ୍ଷଣ ନଜରରେ ରହିଥିବା ଲୋକପ୍ରିୟ ଚୀନା ଆପ୍ଲିକେସନମାନଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଆପ ଜୁମ, କ୍ଷୁଦ୍ର ଭିଡିଓ ଆପ ଟିକଟକ, ୟୁସି ବ୍ରାଉଜର, ଜେଣ୍ଡର, ସେୟାରଇଟ ଓ କ୍ଲିନମାଷ୍ଟର ଆଦି ରହିଛି । ଗୁଇନ୍ଦା ବିଭାଗର ଏପରି ଅନୁଧ୍ୟାନକୁ ଜାତୀୟ ନିରାପତ୍ତା ପରିଷଦ (ଏନଏସସି) ସଚିବାଳୟ ମଧ୍ୟ ସମର୍ଥନ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେ ସବୁ ମୋବାଇଲ ଆପ୍ଲିକେସନ ଜାତୀୟ ନିରାପତ୍ତା ପ୍ରତି ବିପଜ୍ଜନକ ବୋଲି ଏନଏସସି ଅନୁଭବ କରିଥିବା କୁହାଯାଉଛି । ସେସବୁକୁ ନିଷିଦ୍ଧ କରିବା ସମ୍ପର୍କରେ ବିଚାର ବିମର୍ଶ ଜାରି ରହିଛି ଏବଂ ପ୍ରତି ଆପ୍ଲିକେସନ ସହ ଜଡ଼ିତ ବିପଦର ପରିସରକୁ ମଧ୍ୟ ତର୍ଜମା କରାଯାଉଥିବା ଜଣାଯାଇଛି । ସେହିପରି ନିଷିଦ୍ଧ ହେବାକୁ ଥିବା ଅନ୍ୟ ଚୀନୀ ମୋଇଲ ଆପ୍ଲିକେସନ ଗୁଡ଼ିକ ମଧ୍ୟରେ ଉଲ୍ଟ ହାଇଡ, ଭିଗୋ ଭିଡିଓ, ବିଗୋ ଲାଇଭ, ୱିବୋ, ୱିଚାଟ, ୟୁସି ନ୍ୟୁଜ, ବିଉଟିପ୍ଲସ, କ୍ଲବଫାକ୍ଟ୍ରି, ହାଲୋ, କ୍ୱାଇ, ରୋମୱି, ସେଇନ, ନ୍ୟୁଜଡଗ, ଫଟୋୱାଣ୍ଡର, ଆପସ ବ୍ରାଉଜର, ଭିଭା ଭିଡିଓ, ଭାଇରସ କ୍ଲିନର, ମାଇ କମ୍ୟୁନିଟି, ଡିୟୁ ରେକର୍ଡର, ୟୁକାମ, ଡିୟୁ ବ୍ରାଉଜର, ମାଇ ଷ୍ଟୋର, କ୍ୟାଚକ୍ଲିୟର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମ୍ୟୁଜିକ, କ୍ୟୁକ୍ୟୁ ପ୍ଲେୟାର, ବାଇଦୁ ମ୍ୟାପ, ବାଇଦୁ ଟ୍ରାନ୍ସଲେଟ, ୱାଣ୍ଡର କ୍ୟାମେରା, ଇଏସ ଫାଇଲ ଏକ୍ସପ୍ଲୋରର, ମେଲ ମାଷ୍ଟର, ମାଇ ଭିଡିଓ କଲ ସାଓମି ଏବଂ ପାରାଲେଲ ସ୍ପେସ ଆଦି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ