ଚୀନ୍ରେ ଚିକିିତ୍ସା ଲାଗି ରୋଗୀ ଶରୀରରେ ଲଗାଯାଇଥାଏ ନିଆଁ
ବର୍ତ୍ତମାନର ବୈଜ୍ଞାନିକ ଯୁଗରେ ପ୍ରାୟ ସମସ୍ତ ରୋଗର ଚିକିତ୍ସା ପଦ୍ଧତି ଉଦ୍ଭାବନ ହୋଇସାରିଛି । ପୂର୍ବରୁ ଯେଉଁ ରୋଗକୁ ମାରାତ୍ମକ କୁହାଯାଉଥିଲା ତାହାର ଔଷଧ ବ୍ୟବହାର କରାଯାଇସାରିଲେଣି । କିନ୍ତୁ ଏବେ ମଧ୍ୟ ପୃଥିବୀରେ କିଛି ସ୍ଥାନରେ ଏମିତି ଅଦ୍ଭୁତ ଚିକିତ୍ସା ପ୍ରଚଳିତ, ଯାହା ଶୁଣିଲେ ବିଶ୍ୱାସ କରିହୁଏ ନାହିଁ । ଏହି ଭଳି ଏକ ଅଦ୍ଭୁତ ଧରଣର ଚିକିତ୍ସା ଭାରତର ପଡୋଶୀ ଦେଶ ଚାଇନାରେ ଦେଖିବାକୁ ମିଳିଥାଏ । ଏଠାରେ ରୋଗ ଦୂର କରିବା ପାଇଁ ରୋଗୀଙ୍କ ଶରୀରରେ ନିଆଁ ଲଗାଯାଇଥାଏ । ଚାଇନାରେ ଅନେକ ବଡ ବଡ ରୋଗର ଚିକିତ୍ସା ଫାୟାର ଥେରାପି (ଅଗ୍ନି ଚିକିତ୍ସା) ଦ୍ୱାରା କରାଯାଇଥାଏ । ଏହି ଚିକିତ୍ସା ଅନୁସାରେ ରୋଗୀର ପେଟ ଅଂଶରେ ଚେରମୂଳି ବନ୍ଧା ଯାଇଥାଏ । ଏହା ପରେ ଚେରମୂଳି ଉପରେ ଏକ କପଡା ଘୋଡା ଯାଇ ତା ଉପରେ ପାଣି ଏବଂ ମଦ ଛିଞ୍ଚା ଯାଇ ନିଆଁ ଲଗାଯାଇଥାଏ । ଚେରମୂଳି ସହ ନିଆଁର ତାପ ରୋଗରୁ ଶରୀରକୁ ରକ୍ଷା କରିଥାଏ । ଏହି ଥେରାପି ଦ୍ୱାରା ବିଷାଦ, ହଜମ ପ୍ରକ୍ରି୍ରୟା, କର୍କଟ, ଅଶାନ୍ତି ଆଦି ସମ୍ପୂର୍ଣ୍ଣ ଉପଶମ ହୋଇଥାଏ । ଏହି ଥେରାପି ଚୀନରେ ବହୁ ପୁରାତନ କାଳରୁ ଚାଲିଆସିଛି । ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି । ବିଶ୍ୱର ସମସ୍ତ ଜିନିଷରେ ଆଗୁଆ ରହୁଥିବା ଚୀନର ଏଭଳି ଅନ୍ଧବିଶ୍ୱାସ ଦେଖି ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।