ଚୀନ୍ ଇଂଜିନିୟରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନିଜକୁ ଦାୟୀ କଲା ବେଲୋଚ୍ ଆର୍ମୀ

କରାଚୀ(ଏଜେନ୍ସି): ପାକିସ୍ତାନରେ କାମ କରୁଥିବା ଚୀନ୍ ଇଂଜିନିୟରଙ୍କ ଉପରେ ଆଜି ଏକ ଭୟାବହ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଏବଂ ଏହି ଘଟଣାରେ ଏକାଧିକ ମୃତାହତ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଚୀନ୍ ଇଂଜିନିୟର ଓ କର୍ମଚାରୀଙ୍କ ଏକ ଦଳ ଉପରେ ବେଲୁଚିସ୍ତାନ ମୁକ୍ତି ସେନା (ବେଲୋଚ୍ ଆର୍ମି) ପକ୍ଷରୁ ଆକ୍ରମଣ କରାଯାଇଥିଲା । ପ୍ରାୟ ୨୨ଟି ଗାଡ଼ିରେ ଏହି ଲୋକମାନେ ପ୍ରକଳ୍ପ ନିର୍ମାଣସ୍ଥଳକୁ ଯାଉଥିଲେ । ପ୍ରକାଶ ଯେ, ଗତ ଅଗଷ୍ଟ ମାସ ପର ଠାରୁ ଚୀନ୍ର ଲୋକମାନଙ୍କ ଉପରେ ବେଲୋଚ୍ ମୁକ୍ତି ସେନାର ଏହା ୩ୟ ଆକ୍ରମଣ । ବେଲୋଚ୍ମାନେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡରକୁ ବିରୋଧ କରିଆସୁଛନ୍ତି । ଚୀନ୍ ଏହି ପ୍ରକଳ୍ପରୁ ନ ଓହରିଲେ ଆଗକୁ ଏପରି ଆକ୍ରମଣ ଜାରି ରହିବ ବୋଲି ବେଲୋଚ୍ ଆର୍ମିର ମୁଖପାତ୍ର ଜିୟାନ୍ଦ ବେଲୋଚ୍ କହିଛନ୍ତି । ଗତ ବର୍ଷ ନଭେମ୍ବରରେ କରାଚୀରେ ଥିବା ଚୀନ୍ କନସୁଲେଟ ଉପରେ ମଧ୍ୟ ବେଲୋଚ୍ ଆର୍ମି ପକ୍ଷରୁ ଏପ୍ରକାର ଆକ୍ରମଣ କରାଯାଇଥିଲା । ସେହିପରି ଗତ ବର୍ଷ ଅଗଷ୍ଟମାସରେ ମଧ୍ୟରେ ଚୀନ୍ର ମାଇନିଂ କର୍ମଚାରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଆଜିର ଆକ୍ରମଣ ପାଇଁ ବେଲୋଚ୍ ଆର୍ମି ପକ୍ଷରୁ ନିଜକୁ ଦାୟୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ