ଚୀନ୍ ବଦଳାଇଲା ବିଶ୍ୱ ।ତଙ୍କବାଦୀ ଘୋଷିତ ହେବ ମାସୁଦ୍ ଆଝାର!

ବେଜିଂ/ ନୂଆଦିଲ୍ଲୀ(ଏଜେନ୍ସି): କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ (ଜେଇଏମ୍)ର ମୁଖିଆ ମାସୁଦ୍ ଆଝାରକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ “ବିଶ୍ୱସ୍ତରୀୟ ଆତଙ୍କବାଦୀ’ ଘୋଷଣା ପାଇଁ ଆଗତ ପ୍ରସ୍ତାବକୁ ଚୀନ୍ ଆଉ ବିରୋଧ କରିବ ନାହିଁ । ସଂପ୍ରତି ଚୀନ୍ ଗସ୍ତରେ ଥିବା ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ଚୀନ୍ କର୍ତ୍ତୃପକ୍ଷଙ୍କୁ ଜୈସ୍ ମୁଖ୍ୟ ମାସୁଦ୍ ଆଝାର ବିରୋଧରେ ସମସ୍ତ ତଥ୍ୟ ଓ ପ୍ରମାଣ’ ହସ୍ତାନ୍ତର କରିବା ପରେ ଚୀନ୍ ଆଉ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ମାସୁଦ୍ ଆଝାରକୁ ବିଶ୍ୱ ଆତଙ୍କବାଦୀ’ ରୂପେ ଘୋଷଣା ପାଇଁ ଆଗତ ପ୍ରସ୍ତାବକୁ ବିରୋଧ କରିବ ନାହିଁ, କିମ୍ବା କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ପ୍ରତିଶ୍ୁତି ଦେଇଥିବା ଜାଣିବାକୁ ମିଳିଛି ।
ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜେଇଏମ୍ର ମୁଖିଆ ମାସୁଦ୍ ଆଝାରକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ “ବିଶ୍ୱ ଆତଙ୍କବାଦୀ’ ରୂପେ ଘୋଷଣା ପାଇଁ ଆମେରିକା, ଋଷ୍ ଓ ଫ୍ରାନ୍ସ ପକ୍ଷରୁ ଆଗତ ପ୍ରସ୍ତାବ ଉପରେ ଚୀନ୍ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ପ୍ରତିବନ୍ଧକ ଲଗାଇ ଆସୁଥିଲା । ତେବେ, ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ଗତ ରବିବାର ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ାଙ୍ଗ୍ ୱିଙ୍କୁ ସାକ୍ଷାତ କରି ମାସୁଦ୍ ଆଝାର ବିରୋଧରେ ବ୍ୟାପକ ପ୍ରମାଣ’ ଦେବାପରେ ଚୀନ୍ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ଏଥରକ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ ପ୍ରସ୍ତାବକୁ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ତେବେ ଏହାକୁ ଚୀନ୍ ଉପରେ ଭାରତର ଦ୍ୱିତୀୟ ଦଫା କୂଟନୈତିକ ବିଜୟ ବୋଲି ବର୍ଣ୍ଣନା କରାଯାଉଛି । ଏହାପୂର୍ବରୁ ଚୀନ୍ ପକ୍ଷରୁ ଭାରତକୁ ଆଉ ଏକ କୂଟନୈତିକ ବିଜୟ ମିଳିସାରିଛି । କାଶ୍ମୀର ଏବଂ ଅରୁଣାଚଳ ଭାରତ ହିଁ ଅଂଶବିଶେଷ ବୋଲି ଚୀନ୍ ସ୍ୱୀକାର କରିବାକୁ ବାଧ୍ୟ ହୋଇଛି । ଚୀନ୍ ପ୍ରଥମ ଥର ପାଇଁ ଜାମ୍ମୁକଶ୍ମୀର ଏବଂ ଅରୁଣାଚଳ ପ୍ରଦେଶକୁ ଭାରତ ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଂଶବିଶେଷ ବୋଲି ବିଆରଆଇ ମାନଚିତ୍ରରେ ସ୍ୱୀକାର କରିଛି । ବେଜିଂରେ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ସମ୍ମିଳନୀ ଚାଳିଥିବା ସମୟରେ ଚୀନ୍ ନିଜ ବିଆରଆଇ ମାନଚିତ୍ରରେ ଅରୁଣାଚଳ ଏବଂ ଜାମ୍ମୁକାଶ୍ମୀରକୁ ଭାରତ ଭୂଖଣ୍ଡ ଅଂଶବିଶେଷ ବୋଲି ଦର୍ଶାଇଛି । ପୂର୍ବରୁ ଚୀନ୍, ଅରୁଣାଚଳକୁ ନିଜର ଏବଂ ଜାମ୍ମୁକାଶ୍ମୀରକୁ ପାକିସ୍ତାନର ଅଂଶ ବିଶେଷ ବୋଲି ଦର୍ଶାଇଆସୁଥିଲା । ଏପରିକି କିଛିଦିନ ତଳେ ନୂଆକରି ପ୍ରସ୍ତୁତ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଭାରତର ବୋଲି ଦର୍ଶାଯାଇଥିବାରୁ ଚୀନ୍ରେ ୧ ହଜାରରୁ ଊଦ୍ଧ୍ୱର୍ ମାନଚିତ୍ର ପୋଡ଼ାଯାଇଥିଲା । ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବବ୍ତ ଭାବେ ଦର୍ଶାଇ ଆସୁଛି, ଯାହାର ଉତ୍ତର ଭାଗକୁ ଏହା ବର୍ତ୍ତମାନ ଦଖଲ କରି ରଖିଛି । କେବଳ ସେତିକି ନୁହେଁ ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତକୁ ମଧ୍ୟ ଚୀନ୍ ବରାବର ବିରୋଧ କରିଆସିଛି । ଅନ୍ୟପକ୍ଷରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଉପୁଜିଥିବା ଡୋକ୍ଲାମ୍ ବିବାଦ ମଧ୍ୟ କାହାରିକୁ ଅଛପା ନାହିଁ । ତେବେ ଚୀନ୍ର ଏପ୍ରକାର ପରିବର୍ତ୍ତିତ ଆଭିମୁଖ୍ୟକୁ ଦେଖି ଚୀନ୍ ଏବେ ଭାରତକୁ ଭୟ କରିବା ଆରମ୍ଭ କରିଛି ବୋଲି କୂଟନୈତିକ ବିଶେଷଜ୍ଞ ମତପୋଷଣ କରୁଛନ୍ତି । ପ୍ରକାଶ ଯେ, ମାସୁଦ୍ ଆଝାର ପ୍ରସଙ୍ଗରେ ଚୀନ୍ ନିଜ ସ୍ପଷ୍ଟ ଆଭିମୁଖ୍ୟ ରଖିନଥିବା କାରଣରୁ ଭାରତ, ଚୀନ୍ ପକ୍ଷରୁ ଆୟୋଜିତ ବିଆରଆଇର ଏହି ଦ୍ୱିତୀୟ ସମ୍ମିଳନୀକୁ ବୟକଟ୍ କରିଥିଲା । କିନ୍ତୁ ଏବେ ମାସୁଦ୍ ଆଝାର ପ୍ରସଙ୍ଗରେ ଚୀନ୍ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଥିବାରୁ ଆଗାମୀ ଦିନରେ ଭାରତ ଚୀନ୍ ପ୍ରାୟୋଜିତ ବିଆରଆଇ ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ