ଚୀନ୍-ଭାରତ ବ୍ୟବସାୟିକ କ୍ଷତି ହ୍ରାସ

ନୂଆଦିଲ୍ଲୀ, (ଏଜେନ୍ସି): ଚୀନ୍ ଓ ଭାରତର ବ୍ୟବସାୟିକ କ୍ଷତିରେ ହ୍ରାସ୍ ଘଟିଥିବା ଉଲ୍ଲେଖ କରାଯାଇଛି । ଫଳରେ ଆର୍ଥିକ ପ୍ରଗତି ଦିଗରେ କେନ୍ଦ୍ର ସରକାରଙ୍କୁ ବଡ଼ଧରଣର ସଫଳତା ମିଳିଛି । ବର୍ତ୍ତମାନ ଚୀନ୍ ଓ ଭାରତ ମଧ୍ୟରେ ଏସିଆର ପ୍ରମୁଖ ଆର୍ଥିକ ଶକ୍ତି ହେବା ଦିଗରେ ପ୍ରତିଦ୍ୱନ୍ଦିତା ଜେର୍ ଧରିଛି । ପ୍ରକାଶ ଯେ ଉଭୟ ଚୀନ୍ ଓ ଭାରତ ମଧ୍ୟରେ ବ୍ୟବସାୟ ହୋଇଥାଏ, ହେଲେ ଏବେ ଭାରତ ତୁଳାନରେ ଚୀନ୍ର ପକ୍ଷ ଭାରି ରହିଛି । କାହିଁକି ନା ଚୀନ୍ ସହିତ ଭାରତର ବ୍ୟବସାୟିକ କ୍ଷତି ଅତ୍ୟନ୍ତ ଅଧିକ । ତେବେ ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ଭାରତ ଚୀନ୍ ସହିତ ବ୍ୟବସାୟିକ କ୍ଷତିକୁ କମାଇବାରେ ସଫଳ ହୋଇଛି । ସୂଚନାନୁସାରେ ଚୀନ୍ରୁ ଆମଦାନୀ କମ୍ ହେବା ଯୋଗୁଁ ଭାରତର ଚୀନ୍ ସହିତ ବ୍ୟବସାୟିକ କ୍ଷତି ୭୦ହଜାର କୋଟି ଟଙ୍କା ହ୍ରାସ୍ ପାଇ ଏବେ ୩.୭ଲକ୍ଷ କୋଟି ଟଙ୍କା ସ୍ତରରେ ପହଞ୍ଚିଛି । ଭାରତକୁ ଏହି ସଫଳତା ଆମେରିକା ଓ ଚୀନ୍ ମଧ୍ୟରେ ଜାରି ଟ୍ରେଡ଼୍ ୱାର୍ କାରଣରୁ ମିଳିପାରିଛି । ୨୦୧୯, ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷର ଜାରି ପ୍ରୋଭିଜିନାଲ୍ ଆକଳନ ଅନୁସାରେ ଭାରତରୁ ଚୀନ୍ର ରପ୍ତାନୀ ୩୧% ବୃଦ୍ଧି ପାଇ ୧.୨ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହା ବ୍ୟତୀତ ଆମଦାନୀ ୮% ହ୍ରାସ୍ ପାଇ ୪.୮ଲକ୍ଷ କୋଟି ଟଙ୍କାରେ ସ୍ତରରେ ପହଞ୍ଚିଛି । ଭାରତରୁ ଚୀନ୍କୁ ଅର୍ଗାନିକ୍ କେମିକାଲ୍ସ, ପ୍ଲାଷ୍ଟିକ୍ର ମ୍ୟାଟେରିଆଲ୍ ଓ କଟନ୍ ୟାର୍ଣ୍ଣର ରପ୍ତାନୀ ଦ୍ୱାରା ଭାରତକୁ ବ୍ୟବସାୟିକ କ୍ଷତି କମାଇବାରେ ସଫଳତା ହାସଲ ହୋଇଛି । ଆମେରିକା ଓ ଚୀନ୍ ମଧ୍ୟରେ ଗତ ବର୍ଷ ଠାରୁ ଟ୍ରେଡ଼୍ ୱାରେ୍ ଜାରି ରହିଛି । ଏହାକୁ ନେଇ କମର୍ସ ମନ୍ତ୍ରଣାଳୟ ଏକ ରୋଡ଼୍ ମ୍ୟାପ୍ ପ୍ରସ୍ତୁତ କରିଛି । ଏଥିରୁ ଭାରତରେ ପ୍ରସ୍ତୁତ ୬୦୩ ଉତ୍ପାଦ ଚୀନ୍ରେ ବଡ଼ ଚାହିଦା ତିଆରି କରିପାରିବ ବୋଲି ଜଣାପଡ଼ିଛି । ଏହାକୁ ନେଇ ସମସ୍ତ ଉଦ୍ୟୋଗିକ ସଂଗଠନକୁ ଏପରି ସାମଗ୍ରୀର ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ, ଯାହାର ଚାହିଦା ଚୀନ୍ରେ ସର୍ବାଧିକ ଥିବ । ତେବେ ମନ୍ତ୍ରଣାୟ ପକ୍ଷରୁ ଯେପରି ଚୀନ୍ କମ୍ପାନୀଗୁଡ଼ିକୁ ଭାରତରେ ନିବେଶ ପାଇଁ ଆକର୍ଷିତ କରିହେବ ସେଥିପ୍ରତି ଧ୍ୟାନ ଦେବାକୁ ଚେଷ୍ଟା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ