ଚୀନ୍ ସୀମାରେ ଓଡ଼ିଆ ଯବାନ ସହୀଦ, ରାଇକିଆ ଅଞ୍ଚଳର ସୂଚନା

ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବିୟର ପାଙ୍ଗା ଅଞ୍ଚଳର ଚନ୍ଦ୍ରକାନ୍ତ ପ୍ରଧାନ ନାମକ ଜଣେ ଯବାନ ଗଲବନ୍ ଭାରତ- ଚୀନ୍ ଯବାନ ସଂଘର୍ଷରେ ସହୀଦ ହୋଇଥିବା ଜଣା ପଡିଛି । ଏ ନେଇ ସରକାରୀ ସୂତ୍ର କୌଣସି ସୂଚନା ମିଳି ପାରିନାହିଁ । ବିଭିନ୍ନ ବୁଧବାର ସକାଳୁ ଖବର ପ୍ରଚାରିତ ହେବା ପରେ ରାଇକିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଚନ୍ଦ୍ରକାନ୍ତ ଛୁଟିରୁ ଫେରି ଗତ ଫେବଆରୀ ୧୩ ତାରିଖରେ ଲଦଖ୍ ରେ ସେ ଯୋଗ ଦେଇ ଥିଲେ । ସେ ସହୀଦ ହୋଇଥିବା ନେଇ ତାଙ୍କ ଘର ଲୋକଙ୍କୁ ସରକାରୀ ସୁତ୍ର ରୁ ସୂଚନା ମିଲିନଥିଲେ ହେଁ ଚନ୍ଦ୍ରକାନ୍ତଙ୍କ ସେନା ବନ୍ଧୁଙ୍କ ଠାରୁ ସୂଚନା ପାଇଥିଲେ । ତାଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ପରିବାରରେ ତିନି ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ