ଚୀନ : ପାକିସ୍ତାନକୁ ଦେବ ନାହିଁ ଲଢୁଆ ବିମାନ ଓ ବାହକ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ପେଇଚିଙ୍ଗ ପାକିସ୍ତାନକୁ ନିଜର ପ୍ରଥମ ଲଢୁଆ ବିମାନ ବାହକ ଯୁଦ୍ଧ ଜାହାଜ ‘ଲାଉନିଙ୍ଗ’ ବିକ୍ରି କରିବାକୁ ଯୋଜନା କରୁଥିବା ଖବରକୁ ଖଣ୍ଡନ କରିଛି ଚୀନ। ଚୀନ କହିଛି ଯେ ଅନ୍ୟ ଦେଶକୁ ନିଜର ନୌସେନା ଜାହାଜ ରପ୍ତାନୀ କରିବା ପୂର୍ବରୁ କଡ଼ା ସିଦ୍ଧାନ୍ତର ପାଳନ କରିବାକୁ ପଡ଼ିଥାଏ।

ଫେବୃଆରୀ ୧୦ରେ ପାକିସ୍ତାନର ଏକ ଖବରକାଗଜ ଚୀନ ଓ ରୁଷ ମିଡିଆର ରିପୋର୍ଟ ସୂତ୍ରରୁ ଖବର ଦେଇଥିଲା ଯେ ଚୀନ ସରକାର ନିଜର  ପ୍ରଥମ ଓ  ଏକମାତ୍ର ଏୟାରକ୍ରାଫ୍ଟ ପାକିସ୍ତାନକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ନୌସେନାର କ୍ଷମତା ବଢାଇବା ପାଇଁ କମ ଦରରେ ଏହାକୁ ବିକ୍ରି କରାଯାଉଛି। ଚୀନର ଏହି ପଦକ୍ଷେପରେ ପାକିସ୍ତାନର ନୌସେନା ଭାରତ ତୂଳନାରେ ଅଧିକ ଶକ୍ତିଶାଳୀ ହୋଇ ପାରିବ। ଭାରତୀୟ ନୌସେନା ପାଖରେ ଅପରେସନ ଲଢୁଆ ବିମାନ ବାହକ ଯୁଦ୍ଧ ଜାହାଜ ରହିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ଲାଉନିଙ୍ଗକୁ ବଡ଼ ସ୍ତରରେ ଅପଗ୍ରେଡ କରିବା ପରେ  ଏହାକୁ ପାକିସ୍ତାନକୁ ବିକ୍ରି କରାଯିବ।

ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚୁନାଇଙ୍ଗ କହିଛନ୍ତି ଯେ, ମୁଁ ଏ ପର୍ଯ୍ୟନ୍ତ ଉକ୍ତ ରିପୋର୍ଟ ଦେଖିନାହିଁ, ଯେଉଁ ବିଷୟରେ ଏବେ ଆଲୋଚନା କରାଯାଉଛି। ମାତ୍ର ଅନ୍ୟ ଦେଶକୁ ନିଜର ନୌସେନା ଜାହାଜ ବିକ୍ରି କରିବା ଆଗରୁ  ଚୀନ ସର୍ବଦା ନିୟମ ଓ ସିଦ୍ଧାନ୍ତର ପାଳନ କରିଥାଏ।

>ଏହି ରିପୋର୍ଟରେ କୁହାଯାଇଥିଲା ଯେ ପାକିସ୍ତାନ ସେନା ସହିତ  ଚୀନ ସେନାର ଘନିଷ୍ଠତା ରହିଛି। ତେଣୁ ଚୀନ ପାକିସ୍ତାନ ପାଇଁ  ୪ ଆଧୁନିକ ନୌସେନା ଜାହାଜ ନିର୍ମାଣ କରୁଛି। ମାତ୍ର ଚୀନ ମିଲିଟାରୀ ବିଶେଷଜ୍ଞ ପାକିସ୍ତାନକୁ ନିଜର ଏକମାତ୍ର ନୌସେନା ଲଢୁଆ ବିମାନ ବାହକ ଯୁଦ୍ଧ ଜାହାଜ  ବିକ୍ରି କରିବା ରିପୋର୍ଟକୁ ଖାରଜ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ