ଚୀନ ବିରୁଦ୍ଧରେ ଋଣହୁଙ୍କାର ଦେଲେ ଗଜପତିର ଚନ୍ଦ୍ରଗିରି ତିବତୀୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ବିଗତ ବହୁ ବର୍ଷ ଧରି ବସତି ସ୍ଥାପନ କରିଥିବା ତିବତୀୟମାନେ ଚୀନ ବିରୁଦ୍ଧରେ ଆଜି ଋଣହୁଙ୍କାର ଦେଇଛନ୍ତି. ପ୍ରତେକ ବର୍ଷ ମାର୍ଚ୍ଚ 10 ତାରିଖ ଦିନ ଚନ୍ଦ୍ରଗିରି ଠାରେ ରହୁଥିବା ତିବତୀୟମାନେ ଚୀନ ବିରୁଦ୍ଧରେ ଋଣହୁଙ୍କାରର ଡାକରା ଦେଇ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆଦି କରି ଆସୁଛନ୍ତି. ଏଥି ଅନୁଯାୟୀ ତିବତୀୟମାନଙ୍କ ପ୍ରତି ଚୀନର ଅନ୍ୟାୟ ଓ ବର୍ବରତା ବିରୁଦ୍ଧରେ ଚନ୍ଦ୍ରଗିରିର ତିବତୀୟମାନେ ସେଠାକାର ତିବତୀୟ ସେଟେଲମେଣ୍ଟ ଅଫିସ ଠାରୁ ଶତାଧିକ ତିବତୀୟ ପୁରୁଷ, ମହିଳା ଓ ସ୍କୁଲ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଚୀନ ବିରୁଦ୍ଧରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହ ରାଲି କରିଛନ୍ତି. ତିବତୀୟମାନେ ଏହି ରାଲିରେ ସ୍ଲୋଗାନ ଦ୍ୱାରା ଦାବି କରିଛନ୍ତିଯେ ବିଗତ 1995 ମସିହା ଠାରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ପେଞ୍ଚନ ଲାମାଙ୍କୁ ଚୀନ ଅପହରଣ କରି ନେଇଛି.ବର୍ତ୍ତମାନ ସୁଦ୍ଧା ତାଙ୍କୁ ମୁକ୍ତ କରାଯାଇ ନାହିଁ. ବର୍ତ୍ତମାନ ସେ ଜୀବିତ ନା ମୃତ ସେ ନେଇ ମଧ୍ୟ ତିବତୀୟମାନେ ସନ୍ଦେହଘେରରେ ରହିଛନ୍ତି. ଅତି ତୁରନ୍ତ ଚୀନ ପେଞ୍ଚn ଲାମାଙ୍କୁ ମୁକ୍ତ କରିବା ସହ ତିବତୀୟମାନଙ୍କ ଉପରେ ଚୀନ ଚଳାଇ ଥିବା ଅନ୍ୟାୟକୁ ବନ୍ଦ କରୁ. ଏଥିସହ ତିବତୀୟମାନଙ୍କ ଧର୍ମ, ସଂସ୍କୃତି ପ୍ରତି ଚୀନ ଜାରି ରଖିଥିବା ବର୍ବରତାକୁ ବନ୍ଦ କରୁ ବୋଲି ସେମାନେ ଦାବି କରିଛନ୍ତି.


