ଚୀନ ସୀମାନ୍ତରେ ରାଇରଙ୍ଗପୁରର ଯବାନ ଶହୀଦ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନ୍(୪୨)) ପିତା-ସ୍ୱର୍ଗତ କାହ୍ନୁ ମାଝୀ ଙ୍କର। ଚିନ ସିମାନ୍ତରେ ମଙ୍ଗଳବାର ରାତିରେ ଚିନ ସୈନିକ ସହ ଲଢେଇରେ ମୃତ୍ୟୁ ହୋଇଛି । ସ୍ୱର୍ଗତ କାହ୍ନୁ ମାଝୀଙ୍କର ଚତୁର୍ଥ ପୁଅ ।ସେ ୧୫-ବି‌ହାର ରେଜିମେଣ୍ଟରେ କାର୍ଯ୍ୟରତ ସୈନିକ ଥିଲେ । ତାଙ୍କର ୩ଟି ଝିଅ ଜ୍ଞାନେଶ୍ୱରୀ,ମାନସୀ ଓ ସୋନାଲି ଅଛନ୍ତି । ସ୍ଥାନୀୟ କେଳା ପବ୍ଲିକ ସ୍କୁଲର ନବମ, ଷଷ୍ଠ ଏବଂ ପ୍ରଥମ ଶ୍ରେଣୀରେ ପଢୁଛନ୍ତି । ତାଙ୍କର ସପରିବାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଈଚିଣ୍ଡା ଗ୍ରାମରେ ଭଡ଼ାରେ ରହୁଛନ୍ତି ।ଖବର ପାଇ ବଡଚମ୍ପାଉଦା ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ଏବଂ ଈଚିଣ୍ଡାରେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳିରେ ଉଠୁଛି ପଡୁଛି । ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଂପାଦକ ନବୀନ ରାମ ମୃତକଙ୍କ ଘରେ ପହଞ୍ଚି ଶୋକ  ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି ।ଶହୀଦ ପରିବାରଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ପାଇଁ ରାଜ୍ୟ ସରକାରଙ୍କ ପାଖରେ ବିଧାୟକ ଦାବି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ