ଚୀର ନିଦ୍ରାରେ ନାମ ସଂକୀର୍ତ୍ତନ ଗୁରୁ ପ୍ରକାଶ ଚନ୍ଦ୍ର ବିଶ୍ବାଳ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ନାମ ସଂକୀର୍ତ୍ତନ ଗୁରୁ ପ୍ରକାଶ ଚନ୍ଦ୍ର ବିଶ୍ୱାଳଙ୍କ ଗତ ରାତ୍ରରେ ଦେହାନ୍ତ ହୋଇଯାଇଛି। ମାଣିତରା ନାମ ସଂକୀର୍ତ୍ତନ ଦଳର ଅଞ୍ଚଳରେ ଖୁବ ସୁନାମ ରହିଅଛି। ସଂକୀର୍ତ୍ତନ ଗୁରୁ ତଥା ଜଣାଶୁଣା ବିଶିଷ୍ଠ ତବଲା ବାଜକ ସ୍ବର୍ଗତ କ୍ଷେତ୍ରବାସୀ ମହାରଣାଙ୍କ ଦେହାନ୍ତ ପରେ ପ୍ରଥମ ଶିଷ୍ୟ ଭାବେ ପ୍ରକାଶ ଚନ୍ଦ୍ର ବିଶ୍ବାଳ ମାଣିତରା ସଂକୀର୍ତ୍ତନର ଗୁରୁ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ। ପୂର୍ବରୁ ଶ୍ରୀ ବିଶ୍ୱାଳ ଙ୍କ ଅସ୍ତ୍ରୋପଚାର ହୋଇଥିବା ବେଳେ ଗତ କାଲି ଅସୁସ୍ଥ ଅନୁଭବ କରିବା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ରାତ୍ର ପ୍ରାୟ ଦୁଇଟା ସମୟରେ ୮୧ ବର୍ଷ ବୟସରେ ନାମ ସଂକୀର୍ତ୍ତନ ଗୁରୁ ପ୍ରକାଶ ଚନ୍ଦ୍ର ବିଶ୍ବାଳଙ୍କ ଦେହାନ୍ତ ହୋଇଯାଇଥିଲା। ସ୍ବର୍ଗତ ଗୁରୁ ଶ୍ରୀ ବିଶ୍ବାଳଙ୍କ ମର ଶରୀର ମାଣିତରା ଗ୍ରାମରେ ପହଞ୍ଚିବା ପରେ ତାଙ୍କର ଶିଷ୍ୟ ମାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ସ୍ବର୍ଗତ ପ୍ରକାଶ ଚନ୍ଦ୍ର ବିଶ୍ବାଳ ଙ୍କ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବିଶ୍ବାଳ ବଂଶ ଶ୍ମଶାନରେ ସଂସ୍କାର କରିଥିଲେ। ସ୍ବର୍ଗତ ଗୁରୁ ଶ୍ରୀ ବିଶ୍ବାଳଙ୍କ ବଡ଼ପୁଅ ତପନ ମୁଖାଗ୍ନି ଦେଇ ଥିବା ବେଳେ ସାନପୁଅ ତାପସ ଏବଂ ବଂଶଧର ଓ ଗ୍ରାମାବାସୀ ଶ୍ମଶାନ ଭୂମିରେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ