ଚୁଆ ପାଣି ହିଁ ଲୋକଙ୍କ ସାହା ଭରଷା
ହାଟଡିହି, (ବିକାଶ ବିଶ୍ୱାଳ):ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ମଧ୍ୟ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ସର୍ବନିମ୍ନ ପାନୀୟ ଜଳର ସମସ୍ୟା ସମାଧାନ ହୋଇ ପାରି ନାହିଁ ।ଦେଶ ସ୍ବାଧୀନ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ କେ.ବାଲିପାଳ ଗ୍ରାମ ପଞ୍ଚାୟତର ମଲ୍ଲୀପଶି, ସରମୁଣ୍ଡି କଅଁଳେଇବାଲିପାଳ, ମୟୂରନଚା, ଭଅଁରା ଓ ରାଇଘାଟି ଗ୍ରାମ ଗୁଡିକରେ ଲୋକମାନେ ଆସିଲେ ପୁରୁଣା କାଳିଆ ଚୁଆ ଓ ନାଳ ଉପରେ ନିର୍ଭର କରିଥାନ୍ତି। ଏଠାକାର ଗ୍ରାମ ମାନଙ୍କରେ ଘରଗୁଡିକ ଛାଡି ଛାଡି ରହିିଥିବା ବେଳେ ଦୁର ଦୁରାନ୍ତରେ ନଳକୂପ ଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି। ପ୍ରାୟ ଏ ପଞ୍ଚାୟତର ୮୫%ପଞ୍ଚାୟତ ବାସୀଙ୍କ ଚୁଆ କି ନାଳ ପାଣି ବ୍ୟବହାର କରିବାକୁ ଇଚ୍ଛା ନ ଥିଲେ ବି ସ୍ୱଚ୍ଛ ପାଣିର ଅଭାବ ଯୋଗୁଁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ମଲ୍ଲୀପସି ଗ୍ରାମର ପ୍ରଧାନ ସାହି, ମୟୁରନଚାର ଠାକୁରାଣୀମୁଳ, ଟୁପୁସିଗଡିଆର ୟୁପି ସ୍କୁଲ ନଳକୂପ ଅଚ଼ଳ ହୋଇପଡ଼ିଛି। ଏହାକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ରେ ପାନୀୟ ଜଳର ସମସ୍ୟା ସମାଧାନ ହୋଇ ପାରୁ ନାହିଁ । ସତେ ଯେପରି ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଏ ପଞ୍ଚାୟତ ପାଇଁ ଆଖି ବୁଝି ଦେଇଛନ୍ତି । ସାଧାରଣରେ ପଞ୍ଚାୟତ ବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଭାରତ ସରକାରଙ୍କ ର ଦଶ ବର୍ଷ ର ବିକାଶ ଓ ରାଜ୍ୟ ସରକାରଙ୍କ ର ୨୪ ବର୍ଷ ର ବିକାଶରେ ଯଦି ସର୍ବନିମ୍ନ ପାନୀୟ ଜଳର ସମସ୍ୟା ସମାଧାନ ହୋଇପାରିଲା ନାହିଁ ତେବେ କେବେ ହେବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଗୋପାଳ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ପଞ୍ଚାୟତରେ ୭୯ଟି ନଳକୂପ ଥିବାବେଳେ ୩ଟି ଅଚ଼ଳ ଅଛି। ଏପରି ସ୍ଥିତିରେ ଏହି ପଞ୍ଚାୟତରେ ଅଧିକରୁ ଅଧିକ ନଳକୂପ ବସାଗଲେ ଲୋକମାନେ ପାନୀୟଜଳ ସମସ୍ୟାରୁ ମୁକ୍ତି ପାଇପାରନ୍ତେ ବୋଲି ଗ୍ରାମବାସୀ ମାନେ କହିଛନ୍ତି।