ଚୁକ୍ତିଭିତିକ ମହାସଙ୍ଘକୁ ଦେଇଥିବା ପ୍ରତିଶୃତି ପୂରଣ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଚଳାଇଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଦାବିକୁ ସମ୍ମାନ ଜଣାଇ ସଂଘର ପ୍ରତିନିଧି ମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ବିଷଦ ଆଲୋଚନା କରାଯାଇଥିଲା । ଚୁକ୍ତିଭିତିକ ଉଚ୍ଛେଦ,କର୍ମଚାରୀ ମାନଙ୍କୁ ୦୧.୦୧.୨୦୧୬ ରିଖରୁ ବେତନ ବୃଦ୍ଧି, ନିଯୁକ୍ତି ସମୟକୁ ଚାକିରୀ ସମୟ ଭାବେ ଗଣତି ସହ ଏହି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ମହାସଙ୍ଘର ସବୁ ଦାବି ମାନି ନେଇ ଏବେ ୫୦% ଦରମା ବୃଦ୍ଧି କରିବା ସହ ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ଦାବି ପୂରଣ କରିବା ନିମନ୍ତେ ପ୍ରତିଶୃତି ମଧ୍ୟ ଦେଇଥିଲେ ।ମହାସଂଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମାନନୀୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ମଧ୍ୟ ଆଲୋଚନା କରି ତୁରନ୍ତ ଏ ସମ୍ପର୍କରେ ନିଷ୍ପତି ନେବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଶାସନ ସଚିବ ଚୁକ୍ତିଭିତ୍ତିକ ନିଯୁକ୍ତିର ନଥିପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିଥିବା ଦର୍ଶାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏହା ଉପରେ ବିଚାର କରି ନିଷ୍ପତ୍ତି ନେବେ ବୋଲି କହିଥିଲେ।ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ମହାସଂଘର ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ମାସ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ଚୁକ୍ତିଭିତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ,ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ,ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ,ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ,ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ,ମାନସ ପରିଡା, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି ,ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ