ଚୁଲ୍‌ବୁଲ୍‌ ପାନ୍ଦେର ଚରିତ୍ର ପାଇଁ ପ୍ରଥମ ପସନ୍ଦ ଥିଲେ ରଣବୀର

ମୁମ୍ବାଇ : ୨୦୧୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦବଙ୍ଗ’କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ସଲ୍‌ମାନ ଖାନ୍‌ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ‘ଦବଙ୍ଗ୍‌’ ଫିଲ୍ମର ମୁଖ୍ୟ ଚରିତ୍ର ଚୁଲ୍‌ବୁଲ୍‌ ପାନ୍ଦେର ଲାଗି ସଲମାନ୍‌ ପ୍ରଥମ ପସନ୍ଦ ନଥିଲେ । ଏହି ଚରିତ୍ର ଲାଗି ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଅନ୍ୟ ଜଣେ ଅଭିନେତା ଥିଲେ । ଚୁଲ୍‌ବୁଲ୍‌ ପାନ୍ଦେର ଚରିତ୍ର ଲାଗି ରଣଦୀପ୍‌ଙ୍କ ନାମ ଫାଇନାଲ ହୋଇଥିବା ସଲ୍‌ମାନ କହିଛନ୍ତି । ଏଥିସହିତ ରଣଦୀପ୍‌ଙ୍କ ସହିତ ଏହି ଫିଲ୍ମରେ ଅରବାଜ୍‌ ଖାନ୍‌ ମଧ୍ୟ ନଜର ଆସିଥାନ୍ତେ ଏବଂ ଫିଲ୍ମର ବଜେଟ୍‌ ମାତ୍ର ୨ କୋଟି ଟଙ୍କା ଥିଲା । ଅରବାଜ ସଲମାନ୍‌ଙ୍କୁ ଚୁଲ୍‌ବୁଲ ପାନ୍ଦେର ଚରିତ୍ର ବିଷୟରେ କହିଥିବା ସହ ଫିଲ୍ମଟିର କାହାଣୀକୁ ଶୁଣିବାକୁ ଲାଗି ମଧ୍ୟ କହିଥିଲେ । ମାତ୍ର ଅର୍‌ବାଜଙ୍କ କଥାକୁ ୬/୮ ମାସ ପରେ ସଲ୍‌ମାନ ଶୁଣିଥିଲେ । ସଲ୍‌ମାନ କହିଛନ୍ତି ଯେ, ଏହି ଫିଲ୍ମରେ ଚୁଲବୁଲ୍‌ ପାନ୍ଦେର ଚରିତ୍ର ନେଗେଟିଭ୍‌ ଥିଲା । ଫିଲ୍ମରେ କୌଣସି ସଙ୍ଗୀତ ଏବଂ ଆକ୍ସନ୍‌ ସିନ୍‌ ମଧ୍ୟ ନଥିଲା । ଏମିତି କି ଫିଲ୍ମରେ ଚୁଲବୁଲ୍‌ଙ୍କ ମା’ଙ୍କୁ କିଏ ମାରୁଛନ୍ତି ତାହା ମଧ୍ୟ ସସ୍‌ପେନ୍ସ ହୋଇ ରହିଥିଲା । ଏହାପରେ ସଲ୍‌ମାନ୍‌ ଫିଲ୍ମର କାହାଣୀରେ ପରିବର୍ତ୍ତନ କରିବା ଲାଗି ଡାଇରେକ୍ଟର ଅଭିନବ କାଶ୍ୟପ୍‌ଙ୍କୁ କହିଥିଲେ । ଏହାପରେ ଫିଲ୍ମ ଲାଗି କାମ ଆରମ୍ଭ କରାଯାଇଥିଲା ଏବଂ ଏହା ବକ୍ସଅଫିସ୍‌ରେ ଖୁବ୍‌ ଭଲ ବ୍ୟବସାୟ ମଧ୍ୟ କରିଥିଲା । ଏହାପରେ ‘ଦବଙ୍ଗ-୨’ର ନିର୍ଦ୍ଦେଶନା ଅର୍‌ବାଜ୍‌ ଖାନ୍‌ କରିଥିଲେ ଏବଂ ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ପ୍ରଭୁ ଦେବା । ସୂଚନାଥାଉ ଯେ, ‘ଦବଙ୍ଗ-୩’ ଚଳିତ ମାସ ୨୦ ତାରିଖରେ ମୁକ୍ତିଲାଭ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ