ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ଏନେଇ ଜାରି ରହିଥିବା ତାଲିକା ପ୍ରକାରେ ମୋଟ ୫୫୪୫୪୧ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ପୁରୁଷ ୨୬୮୪୭୨ ଭୋଟର ଥିବାବେଳେ ୨୮,୬୦୦୭ ଜଣ ମହିଳା ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଜିଲ୍ଲାରେ ଅଧିକ ରହିଛି । ସେହିପରି ୬୨ଜଣ ତୃତୀୟ ଲିଙ୍ଗ ଭୋଟର ମଧ୍ୟ ସାମିଲ ହୋଇଛନ୍ତି । ନିର୍ବାଚନ ଅଧିକାରୀ ବୁନା ପ୍ରଧାନ ପୂର୍ବରୁ ଜିଲ୍ଲାର ଭୋଟର ସଂଖ୍ୟା ୫୩୮୯୭୧ ରହିଥିଲା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାର ସମସ୍ତ ପ୍ରମୁଖ ରାଜନୈତିକ ଦଳକୁ ଚୂଡ଼ାନ୍ତ ତଥା ସଂଶୋଧନ  ଭୋଟର ତାଲିକା ପ୍ରଦାନ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ