ଚେଇଁ ଶୋଇଥିବା ଲୋକକୁ ଓଡ଼ିଶାର ରୂପାନ୍ତରୀକରଣ ଦିଶୁନି ତାକୁ ଉଠାଇବ କିଏ : ଭି କେ ପାଣ୍ଡିଆନ୍

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) ଡବଲ ଇଞ୍ଜିନ କେବେବି ମା ମାନଙ୍କର ବିକାଶ ଓ ମହିଳା ସଶକ୍ତୀକରଣ ସମ୍ଭବ ନୁହେଁ। ମା ମାନଙ୍କୁ ବିକାଶ ଓ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ମିଶନଶକ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଓ ଲକ୍ଷ୍ମୀ ବସ୍ ସେବାରେରେ ମହିଳାଙ୍କୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବପ୍ନ ର ଓଡ଼ିଶା ଏକ ନମୁନା । ମା ମାନଙ୍କୁ ଓଡ଼ିଶାର ବିକାଶ ବାର୍ତ୍ତା ଆଗକୁ ବଢ଼ାଇବା ସସକ୍ତ କରିବା ଉଦାହରଣ ସୃଷ୍ଟି କରିଛନ୍ତି।ଚେଇଁ ସୋଇଥିବା ବିରୋଧୀ ଙ୍କୁ ଓଡ଼ିଶାର ବିକାଶ ରୂପାନ୍ତରିକରଣ ଦିଶୁନି ତାକୁ ଉଠାଇବ କିଏ ବୋଲି ପ୍ରଶ୍ନ କରିଛନ୍ତି।ଏଣୁ ଡବଲ ଇଞ୍ଜିନ ନୁହଁ ନବୀନ ଇଞ୍ଜିନ ହିଁ ମହିଳା ଓ ସମସ୍ତ ବର୍ଗଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବ। ରାଜ୍ୟର ବିକାଶକୁ ନବୀନ ଇଞ୍ଜିନ ମାଧ୍ୟମରେ ଶକ୍ତିଶାଳୀ କରିବା ପାଇଁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଦୁଇଟି ଶଙ୍ଖରେ ବିପୁଳ ଭୋଟ ଦେବା ପାଇଁ ପ୍ରଚାର ମୈଦାନରେ ଗଞ୍ଜାମ ଜିଲ୍ଲାର ରାଜନୈତିକ ପୃଷ୍ଠଭୂମିରେ ପ୍ରମୁଖ ଗୁରୁତ୍ବ ବହନ କରୁଥିବା ଚର୍ଚ୍ଚିତ ୧୩୦ ସାନଖେମୁଣ୍ଡି ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଆଜି ବିଜେଡ଼ିର ତାରକା ପ୍ରଚାରକ ତଥା ପୂର୍ବତନ ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ନିବେଦନ କରିଛନ୍ତି। ମାତୃଶକ୍ତିର ପ୍ରତୀକ ଯୁବ ନେତୃତ୍ବ ଭାବେ ଦୁଇ ପାର୍ଶ୍ବରେ ଦୁଇ ଭଉଣୀ ଅଛନ୍ତି ଜଣେ ଆସିକା ଲୋକସଭା ଆସନ ପାଇଁ ଓ ଅନ୍ୟ ଜଣେ ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ଏହାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମା ମାନଙ୍କୁ ଭଲ ପାଇବା ସମ୍ମାନ ଦେବାର ଉଦାହରଣ ସୃଷ୍ଟି କରିଛି। ମା ମାନଙ୍କ ଜରିଆରେ ବିକାଶ ଧାରାକୁ ଆଗକୁ ନିଅନ୍ତୁ ବୋଲି ପାଣ୍ଡିଆନ ସାନଖେମୁଣ୍ଡି ନିର୍ବାଚନୀ ସମାବେଶରେ ନିବେଦନ କରିଛନ୍ତି। ଆଜି ଦିନ ସାଢ଼େ ଗୋଟାଏ ବେଳେ ସାନଖେମୁଣ୍ଡି ବ୍ଲକ୍ ଚୁଡଙ୍ଗପୁର ପଞ୍ଚାୟତ ର ପଳାସପୁର ଠାରେ ସାନଖେମୁଣ୍ଡି ଓ ଧାରାକୋଟ ବ୍ଲକ୍ ର ୪ ହଜାରରୁ ଉର୍ଦ୍ଧ୍ଵ ଦଳୀୟ କର୍ମୀ ସମାବେଶ ମଞ୍ଚରେ ବିଧାୟିକା ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଉପସ୍ଥିତ ଥିଲେ। ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ନିଜ ନିର୍ବାଚନୀ ପ୍ରଚାର ବକ୍ତବ୍ୟରେ କଂଗ୍ରେସ ଦଳ କିମ୍ବା କଂଗ୍ରେସ ବିଧାୟକଙ୍କ ସମ୍ପର୍କରେ ପଦୁଟିଏ ମଧ୍ୟ କହିନଥିଲେ କିନ୍ତୁ ବିଧାୟିକା ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ସାନଖେମୁଣ୍ଡି ରୁ ଅପରାଧୀ ହଟାଓ କହି କଂଗ୍ରେସ ବିଧାୟକଙ୍କୁ ପରୋକ୍ଷ ଭାବରେ ସମାଲୋଚନା କରିଥିଲେ। ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ବକ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ଓ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଉପାଧ୍ୟକ୍ଷା ରିଙ୍କି ନାୟକ,ଗୋବିନ୍ଦ ସ୍ବାଇଁ ବରିଷ୍ଠ ନେତା ସୁବାସ ମହାପାତ୍ର ଅନ୍ତର୍ଯ୍ୟାମୀ ସ୍ଵାଇଁ ଶଙ୍କର୍ଷଣ ସ୍ୱାଇଁ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ ବିଜୟ ପ୍ରଧାନ ମାମାନି ପାତ୍ର ସୁଲତାରାଣୀ ସ୍ୱାଇଁ ବ୍ଲକ୍ ସଭାପତି ଜନାର୍ଦ୍ଦନ ପଲାଇ ,ବିଜୟ ଭୁଆଁ,କୈଳାସ ପାତ୍ର, ଜି ସୋମନାଥ ପାତ୍ର, ଵାପ ପ୍ରଧାନ, ଲିଟୁ ପ୍ରଧାନ,ସନ୍ତୋଷ କୁମାର ବିଷୋୟୀ, ଧୋବା ସ୍ବାଇଁ ,ସହଦେବ ପ୍ରଧାନ,ସମେତ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ର ଜନପ୍ରତିନିଧି କର୍ମୀ ମାନେ ସମାବେଶ ରେଦେଖିବାକୁ ମିଳିଥିଲା।ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା,ସଂଗ୍ରାମ କେଶରୀ ବେହେରା ,ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଏବଂ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ