ଚେତାଶୂନ୍ୟ ଅବସ୍ଥାରେ ମହିଳା ଉଦ୍ଧାର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପଟାପୋଲ ମହିମାବଜାର ସ୍ଥିତ ଏକ ବଂନ୍ଦ କୋଠରିରୁ ଚେତାଶୂନ୍ୟ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହେଵା ଘଟଣା ଚର୍ଚାର ଵିଷୟ ପାଲଟିଛି। ମିଳିଥିବା ସୂଚନା ମୁତାବକ ଯାଜପୁର ସୁଜନପୁର ଅଂଚଳର ପଂକଜିନୀ (କଣ୍ଢେଇ) ସ୍ବାଇଁ ଛତାବର ସଂପୋଇ ଗ୍ରାମର କମଳାକାନ୍ତ ଜେନା ଙ୍କୁ ପ୍ରେମ ବିବାହ କରିଥିଲେ। ଵିଵାହ ପରେ ଦୁହେଁ ପଟାପୋଲ ଠାରେ ପ୍ରାୟ ୮ମାସ ହେଵ ଏକ ଭଡାଘରେ ରହୁଥିଲେ। କମଳାକାନ୍ତ ଜଣେ ଡ୍ରାଇଭର ହୋଇଥିବା ବେଳେ ମଗଳବାର ଦିନ ଵାହାରପଟୁ କବାଟ ଦେଇ ଗାଡିକୁ ପଳାଇଯାଇଥିଲେ। ଘରେ ପଙ୍କଜୀନୀ ଥିଵା ବେଳେ ଵୁଧଵାର ଦିନ ପ୍ରାୟ ୧୦ଟା ଯାଏ କବାଟ ନଖୋଲିବାରୁ ସ୍ଥାନୀୟ ଲୋକେ ଡକାଡକି କରିଥିଲେ। ଶୋଇଥିବା ପଙ୍କଜିନୀ କିଛି ଉତ୍ତର ନ ଦେଵାରୁ ଲୋକଙ୍କ ମଧ୍ୟରେ ସଂନ୍ଧେହ ଉପୁଜିଵାରୁ ପୋଲିସ କୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ଓ ଭାରପ୍ରାପ୍ତ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପହଂଚିଵା ପରେ କବାଟ ଖୋଲାଯାଇ ଚେତାଶୂନ୍ୟ ଅବସ୍ଥା ରେ ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଥିବା ଜଣାପଡିଛି।