ଚେନାଇରେ ସଡ଼କ ଦୁର୍ଘଟଣାରେ ଗୁରୁତର ଥିବା ଯୁବକଙ୍କ ମୃତ୍ୟୁ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଶାଳକଣିଆ ଗ୍ରାମର ପ୍ରଭାକର ସାମଲ ଓ ସସ୍ମିତା ସାମଲଙ୍କର ଏକମାତ୍ର ପୁଅ ତପଧନ ସାମଲ(୨୪)ଙ୍କର ଚେନାଇ ଠାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତପଧନ ଚେନ୍ନାଇର ଏକ ମେଡ଼ିସିନ କମ୍ପାନୀରେ କାମ କରୁଥିଲେ। ଗତ ୨୦ ତାରିଖ ସକାଳୁ ରାସ୍ତା ପାର ହୋଉଥିବା ବେଳେ ତାଙ୍କୁ ଏକ ବସ ଧକ୍କା ଦେଇଥିଲା ଫଳରେ ସେ ଗୁରୁତର ଆହତ ହୋଇ ପଡିଥିଲେ। ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ଆଜି ତାଙ୍କ ମର ଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁ କୁ ଅଣାଯାଇଥିଲା। ଆଜି ଦିନ ଗୋଟାଏ ବେଳେ ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶହ ଶହ ଲୋକ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀର କୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସେ ଜଣେ ମେଳାପୀ ଓ ପରୋପକାରୀ ଯୁବକ ଥିଲେ। ତାଙ୍କର ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ