ଚେନ୍ନାଇରୁ କଳାହାଣ୍ଡି ଅଭିମୁଖେ ସାଇକେଲରେ ବାହାରିଲେ ୯ ଶ୍ରମିକ
କଳାହାଣ୍ଡି, (ୱାଇଏନ୍ଏସ୍): ଶିଳ୍ପ ଆମେ ଶ୍ରମିକ ଆମେ କାମରେ ଥାଉ ମାତି ମନୁନି ଆମେ ବର୍ଷା ଖରା ତାତି, ଏହାକୁ ଆଜି ସତ ପ୍ରମାଣ କରି ଦେଇ ଛନ୍ତି କଳାହାଣ୍ଡି କିଛି ଶ୍ରମିକ ଭାଇ ସତରେ ବର୍ଷା ଖରାକୁ ଭି ଖାତିର ନକରି ନିଜ ଘରକୁ ଯିବା ବାହାରିଛନ୍ତି । ଚେନ୍ନାଇରୁ କଳାହାଣ୍ଡି ଅଭିମୁଖେ ସାଇକେଲରେ ବାହାରିଛନ୍ତି ୯ ଶ୍ରମିକ । ଚେନ୍ନାଇ ସେଣ୍ଟ୍ରାଲ୍ ଠାରୁ କଳାହାଣ୍ଡି ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ବଡପଦର ଗାଁ ର ଦୂରତା ପ୍ରାୟ ୧୨ ଶହ କିଲୋମିଟର । ତେବେ ଗତ ୨୫ ତାରିଖ ଶନିବାର ଦିନ ନୂଆ ସାଇକେଲ ଧରି ଚେନ୍ନାଇ ଠାରୁ ଯାତ୍ରା ଆରମ୍ଭ କରି ଥିବା ବେଳେ ଗତ କାଲି ରାତି ରେ ୮୧୮ କିଲୋମିଟର ଯାତ୍ରା ସାରି ମାଲକାନଗିରି ମୋଟୁ ପହଁଚି ଥିଲେ ଏହି ୯ ଜଣ ଶ୍ରମିକ । ଆଜି ସକାଳ ୩ ଟାରୁ ମୋଟୁ ରୁ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରି ଏବେ ସେମାନେ କାଲିମେଳା ବ୍ଲକ ଏମଭି ୧୨୬ ଗ୍ରାମରେ ପହଂଚି ରାସ୍ତା କଢ଼ ଜଙ୍ଗଲରେ ବିଶ୍ରାମ କରୁଛନ୍ତି। ସେମାନେ ଯେମିତି ହେଲେ ବି ନିଜ ଜିଲ୍ଲା ରେ ଯାଇ ସେଠାରେ ଥିବା କ୍ୟୁରାଣ୍ଟଟାଇନ୍ ଗୃହରେ ରହିବେ ବୋଲି ଅନୁରୋଧ କରିଛନ୍ତି।