ଚେନ୍ନାଇରୁ ଜଳପଥରେ ଆର‌୍ୟ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜିବୀ ସମ୍ପ୍ରଦାୟର ବ୍ୟକ୍ତି

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ଭାଇରସକୁ ମୁକାବିଲା କରିବା ଲାଗି ସାରା ଦେଶ ଏବେ ଲକ୍ ଡାଉନ । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ତେବେ ଓଡିଶା ରାଜ୍ୟରୁ ମଧ୍ୟ ଲକ୍ଷାଧିକ ବ୍ୟକ୍ତି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ଲକ୍ ଡାଉନ ଯୋଗୁଁ ନିଜ ଘରକୁ ଫେରିବା ସମ୍ଭବପର ହେଉପାରୁନାହିଁ । ତେବେ କିଛି ବ୍ୟକ୍ତି ପ୍ରାଣ ପଣେ ଉଦ୍ୟମ କରି ନିଜ ପରିବାର ନିକଟ ଓ ନିଜ ଗାଁରେ ପହଞ୍ଚିବାକୁ । ଏବେ କିଛି ଲୋକ ଜଳ ପଥ ଦ୍ୱାରା ବିଭିନ୍ନ ରାଜ୍ୟରୁ ବିପଦ ସଙ୍କୁଳ ଅବସ୍ଥାରେ ବୋଟ୍ ସାହାର‌୍ୟ୍ୟରେ ଫେରୁଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ତଳେ ଚେନ୍ନାଇରୁ ୩୮ ଜଣ ଶ୍ରମିକ ଏକ ବୋଟ ସାହାର‌୍ୟ୍ୟରେ ସୋନାପୁର ରେ ପହଞ୍ଚିଥିଲେ । ଏମାନେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ କ୍ୱାରାଣ୍ଚାଇନରେ ରଖିଛି । ପୁଣି ଆଜି ଚେନ୍ନାଇରୁ ୩୩ ଜଣ ଶ୍ରମିକ ସମୁଦ୍ରରେ ଏକ ବୋଟ ସାହାର‌୍ୟ୍ୟରେ ଛତ୍ରପୁର ନିକଟ ଆର‌୍ୟ୍ୟପଲ୍ଲୀ ଆସୁଥିବା ସୂଚନା ମିଳିଛି । ଏହି ୩୩ଜଣ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହେରବର ଗତ ୪ ମାସ ହେଲା କାମ କରିଆସୁଥିଲେ । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ । ତେବେ ଏମାନେ ୨ଲକ୍ଷ ୧୦ ହଜାର ଟଙ୍କାରେ ଏକ ବୋଟ୍ କିଣି ଗତ ଶୁକ୍ରବାର ଅର୍ଥାତ ୨୪ତାରିଖରେ ଚେନ୍ନାଇରୁ ବାହାରିଥିବା ସେମାନଙ୍କ ସମ୍ପର୍କୀୟ ମାନଙ୍କଠାରୁ ସୂଚନା ମିଳିଛି । ଏହାସହ ସେମାନେ ଚେନ୍ନାଇରୁ ବାହାରିଥିବା ଆର‌୍ୟ୍ୟପଲ୍ଲୀ ନାଏବ ସରପଞ୍ଚ ପି . ବାବାଜୀଙ୍କ ସହ ଯୋଗାଯୋଗରେ ରଖିଥିବା ନାଏବ ସରପଞ୍ଚ ସୂଚନା ଦେଇଛନ୍ତି । ବୋଟ୍ ରେ ଆସୁଥିବା ୩୩ଜଣଙ୍କ ମଧ୍ୟରେ ସାନ ଆର‌୍ୟ୍ୟପଲ୍ଲୀ ଗାଁର ୨୧ଜଣ, ମାର୍କଣ୍ଡି ଗାଁର ୫ଜଣ, ସୋନପୁରର ଜଣେ, ରାମେୟାପାଟଣାର ଜଣେ, ନୋଳିଆ ନୂଆଁଗାର ଜଣେ , ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଶ୍ରମିକ ରହିଛନ୍ତି । ଆଜି ବିଳମ୍ବିତ ରାତ୍ରି ରେ ଏହି ଶ୍ରମିକମାନେ ଆର‌୍ୟ୍ୟପଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ