ଚୈତ୍ର ତୃତୀୟ ମଙ୍ଗଳବାର  ଶ୍ୟାମଳାଇ ଓ କରେଇଶୁଣୀ ପୀଠ ପାଲଟିଲା ଜନସମୁଦ୍ର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚୈତ୍ର ମାସ ତୃତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ସ୍ଥିତ ଶକ୍ତିପୀଠ ମା ଶ୍ୟାମଳାଇଙ୍କ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ, ବାଳଭୋଗ ଓ ସମସ୍ତ ଦେବୀନୀତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା । ଦୂରଦୁରାନ୍ତରରୁ ଭକ୍ତ ମାନେ ସେମାବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇବା ସହ ମନ୍ଦିର ପ୍ୱାଶ୍ୱର୍ରେ ମାନସିକ ଧାରୀ ମାନେ ନିଜ ନିଜ ଶିଶୁ ମାନଙ୍କୁ ମୁଣ୍ଡନ କରାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ମନ୍ଦିର ପରିସରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ପରିଲିକ୍ଷିତ ହୋଇଥିଲା । ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଭକ୍ତ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ଚର୍ତୁପ୍ୱାର୍ଶରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ, ବେଲୁନ ଦୋକାନର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ଭକ୍ତ ମାନେ ନିଜ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ମନ୍ଦିର ନିକଟରେ ଭୋଜିଭାତର ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା । ମନ୍ଦିର ନିକଟରେ ଛାଗବଳି ନିଷେଧ ରହିଥିଲେ ମଧ୍ୟ ଭକ୍ତମାନେ ପରିବାର ଓ ସମ୍ପର୍କୀୟଙ୍କ ସହ ଛାଗବଳି ପକାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ କିଛି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବୀ ମାନଙ୍କ ପକ୍ଷରୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ମଙ୍ଗଳବାର ଭୋରରୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ପୁଲିସ ଟିମ୍ ମନ୍ଦିର ପରିସରରେ ମୃତୟନ ରହିବା ସହ ଶାନ୍ତି ଶୃଙ୍ଖଳା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଶ୍ୟାମଳାଇ ଛକ ତଥା ୫୯ ନମ୍ବର ଜାତୀୟ ରାଜପଥର ଉଭୟ ପ୍ବାର୍ଶରେ ବହୁ ଯାନବାହନ ରହିଥିଲା । ଭକ୍ତ ମାନେ ନିଜ ନିଜର କାର୍ଯ୍ୟ ସମାପନ କରି ସନ୍ଧ୍ୟାରେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭକ୍ତ ମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଅନୁରୁପ ଭାବେ ସ୍ଥାନୀୟ ବ୍ଳକ ଖରିଡ଼ା ଗ୍ରାମରେ ଅଧିଷ୍ଠିତ ମା’ କରେଇଶୁଣୀଙ୍କ ପୀଠରେ ମଧ୍ୟ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ମାନସିକ ଧାରୀ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇବା ସହ ମନ୍ଦିର ଚର୍ତୁପ୍ୱାର୍ଶରେ ଭୋଜିଭାତର ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ