ଚୈତ୍ର ମଙ୍ଗଳବାର ପର୍ବ ଶେଷ : ରୀତିନୀତି ସମାପନ ପରେ ବନ୍ଦ ହେଲା ଶ୍ୟାମଳାଇ ପୀଠ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଚୈତ୍ର ମାସ ଶେଷ ପାଳି ମଙ୍ଗଳବାର ଅବସରରେ ହିଂଜିଳିକାଟୁ ବ୍ଳକ ବୁରୁପୋଡ଼ା ପଂଚାୟତ ଅଧିନସ୍ଥ ଶକ୍ତିପୀଠ ମା’ ଶ୍ୟାମଳାଇଙ୍କ ମନ୍ଦିର ପରିସର ନିର୍ଜନ ହୋଇ ପଡ଼ିଥିଲା । ଚୈତ୍ର ମାସ ମଙ୍ଗଳବାର ଦିନ ବହୁ ଦୁରଦୂରାନ୍ତରରୁ ଭକ୍ତ ମାନେ ସେମାନଙ୍କ ମାନସିକଧାରୀ ଶିଶୁଙ୍କ ମୁଣ୍ଡନ କରାଇଥାନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ମୁଣ୍ଡନ ଓ ସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଥିଲା । ସୋମବାର ବିଳମ୍ବିତ ରାତିରୁ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ତହସିଲଦାର ଗୋପିନାଥ କୁଅଁରଙ୍କ ନିର୍ଦ୍ଦେଶ ପ୍ରକାରେ ମନ୍ଦିର ମଧ୍ୟକୁ ପ୍ରବେଶ ସକାଶେ ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଥିଲା । ମନ୍ଦିରର ସମସ୍ତ ପ୍ରବେଶ ପଥରେ ମଙ୍ଗଳବାର ଦିନତମାମ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ମଙ୍ଗଳବାର ଭୋରରୁ ମା’ ଶ୍ୟାମଳାଇଙ୍କ ମାର୍ଜଣା, ମଇଲମ, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା ସମେତ ସମସ୍ତ ଦେବୀନୀତି ସମାପନ ପରେ ମା’ଙ୍କ ଭୋଗ ଓ ପୂଜାର୍ଚ୍ଚନା କରାଯାଇ ମନ୍ଦିରର ପହଢ କରାଯାଇଥିଲା । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଚୈତ୍ର ପର୍ବ ବନ୍ଦ କରାଯାଇଥିବାରୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଥିବା ବେଳେ ବହୁ ଭକ୍ତ ଏହାକୁ ନାପସନ୍ଦ କରିଥିଲେ । କରୋନା ସଂକ୍ରମଣ ଯୋଗୁଁ ବହୁ ବର୍ଷର ପରମ୍ପରା ଭାଙ୍ଗିଲା ବୋଲି ଭକ୍ତଙ୍କ ମଧ୍ୟରେ ଆଲୋଚନା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ