ଚୈାଦ୍ବାର ମେହେନ୍ତର ସଂଘ ତରଫରୁ ଅଷ୍ଟଶମ୍ଭୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଚୌଦ୍ବାର,(ଦୀପକ୍ କୁମାର ବେଉରା): ଆଜି ଚୈାଦ୍ବାର ମେହେନ୍ତର ସଂଘ ତରଫରୁ ଚୈାଦ୍ବାର ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ ମୁଣ୍ଡମାଳ ସ୍ଥିତ ଝୋଟେଶ୍ବର ମହାଦେବ ଙ୍କ ମନ୍ଦିର ରୁ ଆରମ୍ଭ ହୋଇ ପର୍ଯ୍ୟାୟ ଭିତ୍ତିରେ ଚାଟେଶ୍ବର, ବଟେଶ୍ବର,କପାଳେଶ୍ଵର,କେଦାରେ ଶ୍ବର, ଉତ୍ତରେଶ୍ବର, ମଣିନାଗେଶ୍ଵର ,ବାଲୁଙ୍କେ ଶ୍ଵର , ପ୍ରଭୃତି ମନ୍ଦିର ପ୍ରାଙ୍ଗଣ ସଫେଇ କାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଆଜି ର ଏହି କାର୍ଯ୍ୟକ୍ରମ ଚୈାଦ୍ବାର ମେହେନ୍ତର ସଂଘ ର ଆବାହକ ଶ୍ରୀ ଯୁକ୍ତ ନରୋତ୍ତମ ଦାସ ଙ୍କ ତତ୍ତ୍ଵାବଧାନ ରେ ଆରମ୍ଭ ହୋଇଥିଲା । ଆଗକୁ ମଧ୍ୟ ଚୈାଦ୍ବାର ମେହେନ୍ତର ସଂଘ ଚୈାଦ୍ବାର ପୈାରପାଳିକା ଅଞ୍ଚଳରେ ଆହୁରି ସାମାଜିକ କାର୍ଯ୍ୟ ହାତକୁ ନେବ ବୋଲି ଶ୍ରୀ ଯୁକ୍ତ ଦାସ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମେହେନ୍ତର ସଂଘ ର ସଭାପତି ରୋହିତ କୁମାର ନାୟକ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଅଷ୍ଟଶମ୍ଭୁ ମନ୍ଦିର ସଫେଇ କାର୍ଯ୍ୟ କରିବେ ବୋଲି ମତ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାଧବ ନାୟକ, ଟିକିନା ଗୋଛ୍ଛାୟତ, ପ୍ରଫୁଲ୍ଲ ଗୋଛ୍ଛାୟତ, କୁମର ଗୋଛ୍ଛାୟତ, ସୂର୍ଯ୍ୟ କାନ୍ତ ଗୋଛ୍ଛାୟତ, ପିଙ୍କୁ ରାଓ, ପୂଜା ନାୟକ, ଅନୁ ନାୟକ, ରଶ୍ମିତା ନାୟକ, ଗଣେଶ ନାୟକ, କୁନା ନାୟକ, ବିରଞ୍ଚି ନାୟକ, ଚଇନ ନାୟକ, ମିଥୁନ ନାୟକ, ସୋନୁ ନାୟକ, ଅଶୋକ ନାୟକ, କାଳିଆ ନାୟକ ପ୍ରମୁଖ ନିୟୋଜିତ ଥିଲେ । ଚୈାଦ୍ବାର ମେହେନ୍ତର ସଂଘ ର ଉକ୍ତ କାର୍ଯ୍ୟକ୍ରମ ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ