ଚୋପରା ପେଟ୍ରୋଲ ପମ୍ପ ସାମ୍ନାରେ ପିକଅପ ଭ୍ୟାନ ଓଲଟି ୧୨ ଗୁରତର

ଭଞ୍ଜନଗର (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଚୋପରା ନିକଟସ୍ଥ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ପିକଅପ ଭ୍ୟାନ ଓଲଟି ୧୨ ଜଣ ଶ୍ରମିକ ଗୁରତର ହୋଇଛନ୍ତି, ଆଜି ତିଳିସିଙ୍ଗିରୁ ଶ୍ରମିକମାନଙ୍କୁ ନେଇ ଜଗନ୍ନାଥପ୍ରସାଦ ଅଭିମୁଖେ ଯାଉଥିବାବେଳେ ଗାଡିଟି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।ଆହତଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଜଗନ୍ନାଥପ୍ରସାଦ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡିକୁ ଅଟକାଇବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ