ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ
ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ । ସେଓରେ ଭିଟାମିନ୍ ଏ, ଭିଟାମିନ୍ ସି\’, ପୋଟାସିୟମ୍, ଫାଇବର ଓ କାର୍ବୋହାଇଡ୍ରେଟ୍ସ ଭରପୁର ମାତ୍ରାରେ ରହିଛି । ଗୋଟିଏ ସେଓରେ ପ୍ରାୟ ୯୫ କ୍ୟାଲୋରୀ ରହିଥାଏ । କେତେକ ଲୋକ କୀଟନାଶକ ଭୟରେ ସେଓକୁ ଚୋପା ଛଡ଼ାଇ ଖାଇଥାନ୍ତି । ମାତ୍ର ଏଭଳି ଖାଇଲେ ଚୋପାରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଯାଇ ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ସେଓ ଚୋପାରେ ପ୍ରାୟ ୪.୪ ଗ୍ରାମ ଫାଇବର ରହିଥାଏ । ଏହି ଫାଇବର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହିତ ରକ୍ତ ଶର୍କରାସ୍ତରକୁ ସ୍ୱାଭାବିକ କରେ । ଏହା କୋଲେଷ୍ଟରଲ ସ୍ତର କମ୍ ରଖିବାରେ ସହାୟକ ହୁଏ । ସେଓ ଚୋପାରେ ଟ୍ରିଟରପେନଏଡ୍ ନାମକ ଏକ ତତ୍ତ୍ୱ ରହିଛି । ଏହା କ୍ୟାନସର କୋଷିକାକୁ ନଷ୍ଟ କରିଥାଏ । ପ୍ରତିଦିନ ସେଓ ଚୋପା ସହ ଖାଇଲେ ଫୁସଫୁସ ଓ ଲିଭର ସ୍ୱାଭାବିକ ଭାବେ କାମ କରିଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି ।


