ଚୋରକୁ ଧରିଲା ୧୫ ବର୍ଷିୟ କୁନି ଝିଅ ସୁନି
ପ୍ରତ୍ୟେକ ଦିନ ଟ୍ରେନରୁ ପକେଟମାର କରି ଚୋରି କରିବା କିଛି ନୂଆକଥା ନୁହେଁ । ଏହି ଭଳି ଲୁଟେରା ମାନଙ୍କୁ କାବୁ କରିବା ନିମନ୍ତେ ରେଲୱ ପୋଲିସ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଲୁଟେରା ମାନଙ୍କୁ ସାମ୍ନା କରିବାକୁ ଦେଖିଲେ ଯାତ୍ରୀ ମାନେ ନଦେଖିଲା ଭଳି ରହୁଥିଲେ ମଧ୍ୟ ଜଣେ ୧୫ ବର୍ଷିୟ କୁନି ଝିଅ ସାହାସ ଜୁଟାଇ ଚୋରକୁ କାବୁ କରିବାରେ ସଫଳ ହୋଇଥିବାରୁ ତାହାର ସାହାସିକତା ପାଇଁ ଏବେ ଚାରିଆଡେ ଚର୍ଚ୍ଚା । ମିଳିଥିବା ଖବର ଅନୁଯାୟୀ ବୟସ ୧୫ ବର୍ଷ ,ଝିଅର ନାମ ସୁନି ତାହାର ସାହାସିକତା ପାଇଁ ସେ ଆଜି ଚର୍ଚ୍ଚାରେ । ସୂଚନା ପ୍ରକାରେ ବାଲେଶ୍ୱର ମାର୍କୋଣା ରେଳ ଷ୍ଟେସନରେ ହାୱାଡା ଧଉଳି ଏକ୍ସପ୍ରେସ ରେ ଜଣେ ଯାତ୍ରୀ ଅଜିତ ମହାନ୍ତି ଟ୍ରେନରେ ଭଦ୍ରକ ଯାତ୍ରା କରୁଥିବା ସମୟରେ ହଠାତ ଜଣେ ଚୋରର ନଜର ଅଜିତଙ୍କ ପକେଟରେ ପଡିଥିଲା । ପକେଟରୁ ମୋବାଇଲ ଝାମ୍ପି ନେଇ ଚୋର ଦୈାଡିପଳାଉଥିବା ସମୟରେ ଅଜିତ ଦୈାଡି ଦୈାଡି ଚିକ୍ରାର କରିବା ସମୟରେ ଉପସ୍ଥିତ ଥିବା ଜଣେ ୧୫ ବର୍ଷିୟ ନାବାଳିକ ଚୋରର ବେଲଟ୍କୁ ଧରି ମାଡିବସିଥିଲା ।ଏହି ଘଟଣା ପରେ ପାଖରେ ଥିବା ଯୁବକ ମାନେ ଚୋରକୁ ଧରି ମାଡମାରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଚୋରକୁ କାବୁ କରିବା ସହ ନାବାଳିକା ସୁନିଙ୍କୁ ପ୍ରଂଶସା କରିଛନ୍ତି ପୋଲିସ ବାବୁ । ଏହା ସହ ସାଧାରଣ ଯୁବକ ମାନେ ମଧ୍ୟ ପ୍ରଂଶସା କରିଛନ୍ତି ।