ଚୋରକୁ ଧରି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ ,ବାଇକ ଜବତ

ନୟାଗଡ ,(ଯୁଗାବ୍ଦ ନ୍ୟୁଜ୍) : ନୟାଗଡ ଜିଲ୍ଲା ଫତେପୁର ଥାନା ବାଇଗୁଣିଆ ଗ୍ରାମରେ ଚୋରି କରୁଥିବା ବେଳେ ୨ ଚୋର କୁ କାବୁ କରି ଗ୍ରାମବାସୀ ନିର୍ଦ୍ଧୁମ୍ ଛେଚିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଳି ରାତିରେ ବାଇଗଣିଆ ଗ୍ରାମର ପଠାଣୀ ନନ୍ଦ ଘରେ ନଥିବା ସୁଯୋଗ ନେଇ ଗତକାଲି ରାତିରେ ୩ ଜଣ ଦୁର୍ବୁତ୍ତ ମିଶି ଘରେ ଲୁଟ କରୁଥିବା ସମୟରେ ଗ୍ରାମର କିଛି ଲୋକ ଚୋର ମାନଙ୍କୁ ଦେଖି ୨ ଜଣଙ୍କୁ କାବୁ କରିଥିବାେ ବେ ଳେ ଜଣେ ଘଟଣା ସ୍ଥଳରୁଫେରାର ଫେରାର ହୋଇଯାଇଛି ।ପଠାଣୀ ନନ୍ଦ ତାଙ୍କ ଘରୁ ଅଳଙ୍କାର ଓ ଟଙ୍କା ଲୁଟ ହୋଇଥବା ଥାନାରେ ଅଭିଯୋଗ କରିଛନ୍ତି ।ପୋଲିସ ୨ ଚୋରଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ