ଚୋରକୁ ଧରି ପୁଲିସ ଜିମା ଦେଲେ ଗାଁ ଲୋକେ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବୈଦାଖିଆ ଗ୍ରାମରେ ଗତକାଲି ରାତିରେ ଚୋରି କରୁଥିବା ବେଳେ ଜଣେ ଯୁବକକୁ ଧରି ପୁଲିସ ଜିମା ଦେଇଛନ୍ତିି ଗାଁ ଲୋକେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗତ କିଛିମାସ ଧରି ଗାଁରେ ପ୍ରତିଦିନ ରାତିରେ ଚୋରୀ ହେଉଥିଲା । ଘର ବାଡିରେ ୋକହି କିଛି ରଖିବାକୁ ଭୟ କରୁଥିଲେ । ଏପରିକି ବାଡିରେ ଶୁଖା ଯାଉଥିବା ଲଗୁପଟା, ରଖାଯାଉଥିବା ଗୃହୋପକରଣ ସାମଗ୍ରୀ ମଧ୍ୟ ଚୋରି ହେଉଥିଲା । ଗତକାଲି ରାତି ୧୦ଟା ବେଳେ ନବ ବେହେରାଙ୍କ ଘରେ ଚୋରି କରୁଥିବା ସମୟରେ ଜଣେ ଯୁବକକୁ ପରିବାର ଲୋକେ କାବୁ କରିଥିଲେ । ସେ ପାଖ ଗାଁର ଯୁବକ ବୋଲି ଜଣା ପଡିଥିଲା । ଗାଁ ଲୋକେ ତାକୁ ଅଟକ ରଖି ସୋସୋ ପୁଲିସକୁ ଜଣାଇଥିଲେ । ସୋସୋ ପୁଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ନେଇ ଅଟକ ରଖି ପଚରା ଉଚୁରା କରିଥିଲା । ସେ ଜଣେ ନାବାଳକ ବୋଲି ଜାଣିବାପରେ ଓ ଉକ୍ତ ଯୁବକଙ୍କ ପରିବାର ଲୋକେ ଥାନାରେ ପହଞ୍ଚି ଆଉ ଭବିଷ୍ୟତରେ ଏପରି କରିବ ନାହିଁ ବୋଲି କହିବାପରେ ଉଭୟ ପକ୍ଷଙ୍କ ଆଲୋଚନା ପରେ ପୁଲିସ ଅଟକ ଯୁବକକୁ ଛାଡି ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ