ଚୋରାଚାଲାଣ ପାଇଁ ଥିବା ଚୋରା କାଠ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବନ ବିଭାଗକୁ ବଡ଼ ସଫଳତା, ୩୦ ହଜାର ଟଙ୍କାର ଶାଳ ଓ ଶିରିଶି କାଠ ଜବତ। ମୋହନା ବନ ବିଭାଗର କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇଥିଲେ କର୍ଚ୍ଚବାଡି ପଞ୍ଚାୟତର ଜେଗରସିଂ ଗାଁ ନିକଟସ୍ଥ ଜଙ୍ଗଲରେ କାଠ କଟା ଜାଇ ରଖା ଯାଇଥିବା। ଯାହାକୁ ନେଇ ବନବିଭାଗର କର୍ମଚାରୀ ମାନେ ସଦଳବଳରେ ଚଢ଼ାଉ କରିଥିଲେ। ଚଢାଉରେ ସିରିଶି କାଠ ୧୬ ଟି ଓ ଶାଳ କାଠ ୧୩ ଟି ଦୁଆର ବନ୍ଧ ସାଇଜ ଜବତ କରିଥିଲା। ଜବତ କାଠର ଆନୁମାନିକ ବଜାର ଦର ୩୦ ହଜାର ଟଙ୍କା ହେବ ବୋଲି ସୂଚନା।ଘଟଣା ସ୍ଥଳରୁ କାଠ ମାଫିଆ ଫେରାର ହୋଇଯାଇଥିବା ବେଳେ ଉକ୍ତ କାଠକୁ ଜବତ କରି ଅଧିକା ତଦନ୍ତ କରୁଛି ମୋହନା ବନ ବିଭାଗ। ଏହି ଚଢ଼ାଉ ରେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀକାନ୍ତ ବିଷୋୟୀ, ମୋହନା ବନପାଳ ଦେବାଶିଷ ଶତପଥି, ଅଡବା ବନପାଳ ସନ୍ତୋଷ କୁମାର ପାଣିଗ୍ରାହୀ, ପାଣିଗଣ୍ଡା ବନପାଳ ରମାକାନ୍ତ ରଇତ, ମୋହନା ବନ ପ୍ରହରୀ ଗଙ୍ଗାଧର ଭୂୟାଁ, ରାଜକିଶୋର ସାହୁ, ଦମୟନ୍ତୀ ଗୌଡ଼ ଓ ବନ୍ଧିଆ ଗମାଙ୍ଗଙ୍କ ବହୁ କର୍ମଚାରୀ ଚଢ଼ାଉ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ