ଚୋରା ଏବଂ ନକଲି ମଦ ଜବତ, ଚାରି ଗିରଫ

ଭଞ୍ଜନଗର, (ସନ୍ତୋଷ ଜେନା ): ଚୋରା ଏବଂ ନକଲି ମଦ କାରବାରକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଳା ଅବକାରୀ ବିଭାଗ ତତ୍ପର ହୋଇ ଉଠିଛି । ଆଜି ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଜିଲ୍ଳା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚାରି ଜଣଙ୍କୁ ଗିରଫ କରିବା ସହିତ ଛଅଟି ମାମଲା ରୁଜୁ କରିଛି । ଗଞ୍ଜାମ ଜିଲ୍ଳା ଭ୍ରାମ୍ୟମାଣ ଅବକାରୀ ନୀରିକ୍ଷିକା ପ୍ରୀତିଧାରା ନାୟକଙ୍କ ନେତୃତ୍ୱରେ ଆସ୍କା ଅବକାରୀ ନୀରିକ୍ଷକ ଧୀରେନ୍ କୁମାର ବେହେରା, ଛତ୍ରପୁର ଭ୍ରାମ୍ୟମାଣ ସଂସ୍ଥା ଏସ୍ଆଇ ଦୁର୍ଯ୍ୟୋଧନ ଦିଗାଲ୍, ଅବକାରୀ ସହ ନୀରିକ୍ଷକ ରବିନ୍ଦ୍ର ନାଥ ବିଶ୍ୱାଳ, ଏନ୍ ତ୍ରୀପତୀ ରାଓ, ନୀଳାମ୍ବର ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ବଡ଼ ମରାଠୀ ସାହି, ସାନ ପଥରା, ବଡ଼ କୋଦଣ୍ଡା ଏବଂ ମୁଜାଗଡ଼ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଏହି ସ୍ଥାନ ଗୁଡିକରୁ ବିଭାଗ ୧୬୪ ଲିଟର୍ ଦେଶି ମଦ ଏବଂ ୫୦୦୦ ଲିଟର୍ ଗୁଡ଼ ପୋଚ ଜବତ କରି ନଷ୍ଟ କରିବା ସହିତ ଏହି କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ