ଚୋରା କାଠ କୋଇଲା ଜବତ

ଚୌଦ୍ଵାର(ସଞ୍ଜୀବ କୁମାର ତିୱାରୀ):ଚାଲାଣ ବେଳେ ଚାଳିଶ ବସ୍ତା କାଠ କୋଇଲା ଜବତ କରିଛି ଚୌଦ୍ୱାର ବନବିଭାଗ।ଏହି କୋଇଲା ଚାଲାଣ କରାଯାଉଥିବା ଏକ ମହିନ୍ଦ୍ରଆ ପିକ୍ ଅପ୍ ଗାଡି କୁ ମଧ୍ୟ ଜବତ କରାଯାଇଛି।ଆଜି ଭୋର ଚାରିଟା ସମୟରେ ସୂଚନା ପାଇ ବନପାଳ ଜ୍ୟୋତି ରଞ୍ଜନ ମହାପାତ୍ର ନିଜ ପେଟ୍ରୋଲିଂ ଟିମ ସହ ଜାତୀୟ ରାଜପଥ ୫୫ ର କଜଳକନା ନିକଟରୁ ଏହି ଗାଡିଟିକୁ ଠାବ କରି ତାକୁ ଅଟକାଇଥିଲେ।ହେଲେ ଗାଡିର ଡ୍ରାଇଭର ଓ ଅନ୍ୟ ଜଣେ ଗାଡି ରଖି ଫେରାର ହୋଇଯାଇଥିଲେ।ଏହି ଗାଡ଼ିରେ ପ୍ରାୟ ଚାଳିଶ ବସ୍ତା କୋଇଲା ଥିଲା ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି।ଏହି କୋଇଲା ଗୁଡିକ ଖୁଣ୍ଟୁଣି ବନାଞ୍ଚଳ ରୁ ଭୁବନେଶ୍ୱର ବାଳକାଟି କୁ ଚାଲାଣ ହେଉଥିବା ବନପାଳ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ