ଚୋରା କାଠ ଚାଲାଣ କରୁଥିବା ବୋଲେରୋ ଗାଡି ଜବତ ୫ ଅଟକ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଚୋରା କାଠ ଚାଲାଣ କରୁଥିବା ଏକ ବୋଲେରୋ ଗାଡିକୁ ଜବତ କରଛି ବନବିଭାଗ । ଶନିବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା ବନ ବିଭାଗ ଓ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ମିଳିତ ଚଢ଼ାଉ କରି ଏହି କାଠ ବୋଝେଇ ବୋଲେରୋ ସହ ଘଟଣାରେ ସଂପୃକ୍ତ ଥିବା ୫ ଜଣକୁ ଅଟକ ରଖାଯାଇଛି।ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ରେଞ୍ଜ ଅସନବଣୀ ଗ୍ରାମରୁ ୧୬ ଖଣ୍ଡ ସାଇଜ ଶାଳ କାଠ ଗାଡି ଯୋଗେ କେନ୍ଦୁଝର ଜିଲ୍ଲା ଢେଙ୍କା ଅଞ୍ଚଳକୁ ଯାଉଥିଲା । ବନବିଭାଗ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁମୁଣ୍ଡି ବନ୍ୟ ପ୍ରାଣୀ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ କର୍ମଚାରୀ ମାନେ କାଠ ବୋଝେଇ ଗାଡିକୁ ପିଛା କରିଥିଲେ। ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାରେ ଚୋରା କାଠ ନେଇ ଆସୁଥିବା ବେଳେ ଏହି ବୋଲେରୋକୁ ଠାକୁରମୁଣ୍ଡା ନିକଟ ରୁଗୁଡିବେଡା ଗ୍ରାମ ନିକଟରେ ରାତି ପ୍ରାୟ ୧୦ଟା ସମୟରେ ଅଟକାଇଥିଲେ।ଗାଡ଼ିରେ ଥିବା ୫ ଜଣଙ୍କ ସହ କାଠ ବୋଝେଇ ବୋଲେରୋକୁ ଠାକୁରମୁଣ୍ଡା ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ।ଏନେଇ ବିଭାଗ ପକ୍ଷରୁ କେଶ ନମ୍ବର ୧୨୭ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ସୂଚନା ଦିଆଯାଇଛି ।