ଚୋରା କାଠ ଚାଲାଣ ବେଳେ ଘାଟିରେ ଦୁର୍ଘଟଣା

ମୋହନା, (ଅଂଶୁମାନ ପଣ୍ଡା) :-ଚୋରା କାଠ ଚାଲାଣ ବେଳେ ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରାକ୍ଟର  । ବିଳମ୍ବିତ ରାତିରେ କାଠ ଚୋରା ଚାଲାଣ ବେଳେ ଗଜପତି ଜିଲ୍ଲା ଅଡ଼ବା ଥାନା ପାହାଡିମା ଘାଟିରେ ଟ୍ରାକ୍ଟରଟି ଦୁର୍ଘଟଣା ଗସ୍ତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ମୋହନା ବନ ବିଭାଗ ଓ ଅଡବା ବନପାଳ ପ୍ରଶାନ୍ତ ବେହେରା , ଦେବା -ଶିଷ ଶତପଥୀ, ଲକ୍ଷ୍ମୀକାନ୍ତ ପାତ୍ର, ଗଙ୍ଗାଧର ଭୂୟାଁ, ରାଜକିଶୋର ସାହୁ, ବଳରାମ ଶବର, ଆନନ୍ଦ ପାତ୍ର, କେଦାରନାଥ ବେହେରା ଓ ଏଏସଏସ ସ୍କ୍ଵାର୍ଡ ଦଳ ଘଟଣା ସ୍ଥଳରେ ପହଞ୍ଚି କାଠ ସହ ଏକ ନମ୍ବର ବିହୀନ ଟ୍ରାକ୍ଟର ଓ ପେଟ୍ରୋଲିଙ୍ଗ କରି ଯାଉଥିବା ଗୋଟିଏ ବାଇକ ଜବତ କରିଥିବା ବେଳେ ୨ ଚୋରା କାଠ ଚାଲାଣ କାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟାମା ଗାଁର ଗାଡି ଚାଳକ ସୁଧାକର ବେହେରା ଓ ପଣସଡିହ ଗାଁର ଦିବାକର ଦଳାଇ । ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଅଭିଯୁକ୍ତ ଦୁହେଁ ଅଡବା ଥାନା ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତ ବେତଗଣ୍ଡା ବିଟ୍ ଅଂଚଳରୁ ଟ୍ରାକ୍ଟରରେ ପିଆଶାଳ ସାଇଜ କାଠ ବୋଝେଇ କରି ଗଂଜାମ ଜିଲ୍ଲା ଗୌଡଗୋଠ ଗ୍ରାମ ଅଭିମୁଖେ ଚାଲାଣ କରୁଥିବା ତଦନ୍ତରୁ ଜଣା ପଡ଼ିଛି । ଏହା ଶହ ଏକ ବାଇକ୍ ମଧ୍ୟ ଜବତ୍ ହୋଇଛି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ