ଚୋରା କାଠ ସହ ଟ୍ରାକ୍ଟର ଓ ବାଇକ ଜବତ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବନ ବିଭାଗ ପକ୍ଷରୁ ୨୦ ଖଣ୍ଡ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟର ଓଆର ୦୭ କ୍ୟୁ ୨୨୪୬ ଏବଂ ଏକ ବାଇକ ଓଆର ୦୨ ୱାଇ ୭୮୫୯ କୁ ଜବତ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ବନପାଳ ଅଭିରାମ ଖିଲ, ବନରକ୍ଷୀ ଶିବରାମମ ପାତ୍ର , ରିଙ୍କୁ ସେଠୀ ଓ ରତନ ମଲିକ ଏବଂ ପାରା ଫରେଷ୍ଟର ଷ୍ଟାପ ଡାକରବାଡ଼ି ନିକଟରେ ୨୦ ଖଣ୍ଡ କାଠ ଗଣ୍ଡି ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ଟ୍ରାକ୍ଟରକୁ ଜବତ କରିବା ସହ କାଠ ଚୋରା ବେପାରିମାନେ ବ୍ୟବହାର କରୁଥିବା ଏକ ବାଇକ ଜବତ କରିଛନ୍ତି। ବନ ବିଭାଗ କର୍ମଚାରୀ ଆସିବା ଜାଣିପାରି କାଠ ଚୋରା ବେପାରିମାନେ କାଠ ବୋଝେଇ ଟ୍ରାକ୍ଟର ଓ ବାଇକ ଛାଡି ଚାଲି ଯାଇଥିଲେ। ଏନେଇ ବୁଗୁଡା ବନ ବିଭାଗ ପକ୍ଷରୁ ଏକ ୟୁଡି କେଶ କରାଯାଇଛି। ଗାଡି ମାଲିକଙ୍କ ନାମ ଜଣା ପଡିବା ପରେ ମାଲିକଙ୍କ ନାମରେ ମାମଲା ରୁଜୁ ହେବ ବୋଲି ରେଞ୍ଜର ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ