ଚୋରା ଚାଲାଣବେଳେ ଗୁଟୁଖା ଜବତ

ରାୟଗଡ ଏନ୍ଏନ୍ଏସ୍-ରାୟଗଡା ସହର ଏବେ ପାଲଟିଛି ବେଆଇନ ଗୁଟଖା ବ୍ୟବସାୟାର ପେଣ୍ଠସ୍ଥଳୀ। ରାୟଗଡ଼ା ଦେଇ ଯାତାୟତ ରେଳ ରେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଗୁଟଖା ରାଜ୍ୟ ବାହାରକୁ ଆମଦାନୀ ରପ୍ତାନୀ କରାଯାଉଥିବା ବେଳେ କୌଣସି ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ନଦେବା ଫଳରେ ଗୁଟଖା ମାଫିଆଙ୍କ ଚରାଭୂମି ପାଲଟିଛି ରାୟଗଡ଼ା ରେଳ ଷ୍ଟେସନ । ଆଜି ରାୟଗଡା ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ୨୬ ପ୍ୟାକେଟ ଚୋରାଚାଳାଣ ହେଉଥିବା ଗୁଟଖା ଜବତ ହୋଇଛି। ତେବେ ଜବତ ହୋଇଥିବା ଗୁଟକା’ର ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହୋଇଥିବା ବେଳେ ଏହି ଗୁଟଖା ଗତକାଲି ବିଳମ୍ବିତ ରାତ୍ରିରେ ବିଶାଖାପାଟନମ୍ -ରାୟଗଡା ପାସେଞ୍ଜର ରୁ ଓହ୍ଳାଇ ରାୟଗଡା ରେଳବାଇ ଷ୍ଟେସନ ପରିସର ରେ ଥିବା ଗୋଦାମ ଗୃହରେ ଗଚ୍ଛିତ ରଖାଯାଇଥିଲା । କୈାଣସି ସୂତ୍ରରୁ ଖବର ପାଇ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆରପିଏଫ ଏହାକୁ ଜବତ କରିଛି । ବର୍ତମାନ୍ ସରକାର ଗୁଟଖା ବନ୍ଦକରିବାକୁ ବିଭର୍ଣ୍ଣ ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ କିଭଳି ଭାବରେ ରେଳ ବିଭାଗ ଦ୍ଵାରା ରାଜ୍ୟ ତଥା ରାଜ୍ୟ ବାହାରୁ ଏତେ ମାତ୍ରାରେ ଗୁଟୁଖା ଚାଲାଣ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ରେଳବିଭାଗ ଅଧିକାରୀଙ୍କ ସମ୍ପୃକ୍ତ ଥିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏହାର ଉଚିତ୍ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ