ଚୋରା ଚାଲାଣ ବେଳେ ବାଲି ବୋଝୋଇ ହାଇୱା ପୋଲିସ ଦ୍ୱାରା ଅଟକ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ଆନନ୍ଦପୁର ରୁ ବାଲି ବୋଝୋଇ କରି କରଞ୍ଜିଆ ପଟକୁ ଆସୁଥିବା ଏକ ବାଲି ବୋଝୋଇ ହାଇୱା ଯାହାର ଗାଡି ନମ୍ବର ଓଡି୦୪ ସି ୨୨୯୭ କୁ ଦେଖି ପେଟ୍ରୋଲିଂ ଦାୟିତ୍ୱ ରେ ଥିବା କରଞ୍ଜିଆ ଥାନା ସହକାରୀ ପୋଲିସ ନିରୀକ୍ଷକ ବଳରାମ ମହାରଣା ଓ ଅନ୍ୟ କର୍ମଚାରୀ ଏହି ବାଲି ବୋଝୋଇ ହାଇୱା କୁ ଅଟକାଇ ଡ୍ରାଇଭର କୁ ବାଲିର କାଗଜପତ୍ର ମାଗିଥିଲେ
ସେ ସମୟରେ ଡ୍ରାଇଭର କୌଣସି ବୈଧ୍ୟ କାଗଜପତ୍ର ନଦେଖାଇବାରୁ ଗାଡିକୁ କରଞ୍ଜିଆ ଥାନା କୁ ଆଣି ରଖାଯାଇଛି
ଏବଂ ଗାଡିର ଚାଳକ ଦଶରଥୀ ସୋରେନ ଙ୍କୁ ଅଟକ ରଖିଛି କରଞ୍ଜିଆ ପୋଲିସ
ଦିନକୁ ଦିନ ବିଭିନ୍ନନଦୀ ଘାଟ ରୁ ବେଆଇନ ବାଲି ଉଠାଣ ଓ ବେଧଡକ ଭାବେ ବିଭିନ୍ନ ଥାନା ଅଞ୍ଚଳ ପାରି ହୋଇ ଆନନ୍ଦପୁର ଅଞ୍ଚଳ ରୁ କରଞ୍ଜିଆ ହୋଇ ଚାଲାଣ ହେଉଥିଲେ ମଧ୍ୟ ବାଲି ମାଫିଆ ଓ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାଲି ମାଫିଆ ଙ୍କ ମନୋବଳ ବୃଦ୍ଧି ପାଇଚାଲିଛି
ଏଭଳି ଭାବେ ପ୍ରତିଦିନ ବେଆଇନ ଭାବେ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ଫଳରେ ପରିବେଶ ସହିତ ସରକାର ଙ୍କ ବ୍ୟାପକ ରାଜସ୍ବ ହାନୀ ହେଉଛି.