ଚୋରା ଦେଶୀମଦ କାରବାର ଅବକାରୀ ଚଢାଉ ବାଇକ୍ ଜବତ ୩ ଗିରଫ
ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା):ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଚୋରା ମଦ ବ୍ୟବସାୟୀଙ୍କୁ ସାବାଡ କରିବା ପାଇଁ ଗଜପତି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ ସ୍ଥାନରେ ଚଢାଉ କରାଯାଇଛି । ଚୋରାମଦ କାରବାରରେ ଅବକାରୀ ସ୍କ୍ୱାର୍ଡ ଗୋଟିଏ ମୋଟରସାଇକେଲକୁ ଜବତ କରି ୩ ଜଣଙ୍କୁ ଗିରଫ କରିଥିବା ସୁଚନା ମିଳିଛି । ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଗଠେଇ,ପରିଡା,ମାଛମରା ଓ ଉପଲଡା ଇତ୍ୟାଦି ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ମଦ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଏସଏନପେଟା ଗ୍ରାମର ସନ୍ତୋଷ ବାରିକଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ଓ ୨୦ଲିଟର ଦେଶୀ ରନ୍ଧା ମଦ, ମାଛମରା ଗ୍ରାମର ଟି.ମୋହନଙ୍କ ଠାରୁ ୧୫ ଲିଟର ଦେଶୀମଦ,ଉପଲଡା ଗ୍ରାମର ଏଲ.ଭାସ୍କରଙ୍କ ଠାରୁ ୨୦ ଲିଟର ଦେଶୀମଦ ଜବତ ହୋଇଛି । ଅବକାରୀ ନିରୀକ୍ଷକ ପଦ୍ମଲୋଚନ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଭ୍ରାମ୍ୟମାଣ ଟିମ୍ ଏସଆଇ ସିଏଚ ପଢିଆରି,ଏସଆଇ କିଶୋର ଚନ୍ଦ୍ର ରଥ,ମୁନି ଶବର ପ୍ରମୁଖ ଚଢାଉରେ ସାମିଲ ଥିଲେ ।


