ଚୋରା ଦେଶୀମଦ ଜବତ ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଛକ ଠାରେ ୧୫ ଲିଟର ଚୋରା ଦେଶୀ ମଦ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଥିବାର ଜଣାପଡିଛି । ପୋଲିସ ପେଟ୍ରୋଲିଂ କରିବା ସମୟରେ ପାରଳାଖେମୁଣ୍ଡି ସହରର ସୁବାଷ ନଗରର ବାସୀନ୍ଦା ପି.ଶ୍ରୀନିବାସ ଚୋରା ଦେଶୀମଦ ନେଇ ଆସୁଥିବାବେଳେ ତାଙ୍କୁ ସନ୍ଦେହରେ ପଚରା ଉଚରା କରିଥିଲେ । ତାଙ୍କ ନିକଟରୁ ୧୫ ଲିଟର ଚୋରା ଦେଶୀମଦ ଜବତ କରାଯାଇ ଗିରଫ କରାଯାଇଥିଲା । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୧୫୨/୨୦ରେ ଏକ ମାମଲା ରୁଜୁ କରାଯାଇ ଏହି ଘଟଣାର ତଦନ୍ତ ଏ.ଏସ୍‌.ଆଇ. ପୀତବାସ ଶତପଥି କରୁଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ