ଚୋରା ଦେଶୀ ମଦ ଜବତ, ୧ଗିରଫ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନ ଉପଡାକ ଘର ଛକ ନିକଟରୁ ପୋଲିସ ୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ପରିଚୟ ମାନସ ସାହୁ ବୋଲି ଜଣାଯାଇଛି । ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ସମୟରେ ଉପଡାକ ଘର ଛକ ନିକଟରେ ମଟର ସାଇକେଲ ଡିକିରେ ଦେଶୀ ମଦ ରଖି ସଂପୃକ୍ତ ବ୍ୟକ୍ତି ଚୋରାରେ ବିକ୍ରି କରୁଥିବା ନେଇ ପୋଲିସ ଖବର ପାଇବା ପରେ ଚଢାଉ କରିଥିଲା । ଏନେଇ ପୋଲିସ କେସ ନଂ-୯୮/୧୯ ମୂଳେ ମାମଲା ରୁଜ୍ଜୁ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଗୁରବାର କୋର୍ଟ ଚାଲାଣ କରିଛି ।