ଚୋରା ଦେଶୀ ମଦ ଜବତ, ୨ ଗିରଫ
ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ସୋମବାର ବନ୍ତ ପୋଲିସ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ କରାଯାଇ ୧୬ ଲିଟର ଦେଶୀ ମଦ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ପେଟ୍ରୋଲିଂ କରିବା ବେଳେ ୫୦ ଲିଟର ଦେଶୀ ପାଉଚ ମଦ ସହ ଏକ ସ୍କୁଟି ଜବତ ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ମାନେ ଫେରାର ହୋଇଯାଇଛନ୍ତି । ସେଣ୍ଢତୀରା ପଞ୍ଚାୟତ ତାଳପଦା ଗ୍ରାମର ଅର୍ଜ୍ଜୁନ ଭୂୟାଁଙ୍କ ଠାରୁ ୬ ଲିଟର ଓ ସାହେବପୁର ଗ୍ରାମର ବୁଟୁ ମୁଣ୍ଡାଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ ହୋଇଛି । ସେହିପରି ପେଟ୍ରୋଲି ବେଳେ ପାଦପଦୀ ଛକ ନିକଟରୁ ୫୦ ଲିଟର ପାଉଚ ମଦ ସହ ଏକ ସ୍କୁଟି ଜବତ ହୋଇଛି । ଏଥିରେ ସଂପୃକ୍ତ ଦୁଇ ଜଣ ବ୍ୟକ୍ତି ସ୍କୁଟିକୁ ଛାଡି ଦେଇ ଦୌଡି ପଳାଇ ଯାଇଥିବାର ଜଣାଯାଇଛି । ଏନେଇ ପୋଲିସ ପକ୍ଷରୁ ୩ଟି ମାମଲା ରୁଜ୍ଜୁ କରାଯାଇ ୨ ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।