ଚୋରା ବାଇକ୍ ଗ୍ୟାଙ୍ଗ ଠାରୁ ୩ବାଇକ୍ ଜବତ ୩ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁରାଣ୍ଡି ପୋଲିସ ଦ୍ୱାରା ଏକ ଚୋରା ବାଇକ୍ ଗ୍ୟାଙ୍ଗ ଧରାପଡିଛି । ଏମାନଙ୍କ ଠାରୁ ୩ଗୋଟି ଚୋରା ବାଇକ୍ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । ଗଜପତି ଜିଲ୍ଲାର ଗୁରାଣ୍ଡି ପୋଲିସ ପକ୍ଷରୁ ବାଟିସିରିପୁର ଠାରେ ପେଟ୍ରୋଲିଂ କରୁଥିବା ବେଳେ ନମ୍ବର ବିହିନ ଏକ ବୁଲେଟକୁ ଅଟକାଇ ତଦନ୍ତ କରାଯାଇ ଥିଲା । ଏଥିରୁ ଜଣାଗଲା ବୁଲେଟଟି ଚୋରାରେ ଆସିଛି । ଏଥି ସହ ଆହୁରି ଗୋଟିଏ ବୁଲେଟ ଏବଂ ଗୋଟିଏ ବାଇକ୍କୁ ମଧ୍ୟ ପୋଲିସ ଏଥିରୁ ଅନୁସନ୍ଧାନ କରି ଜବତ କରିଛନ୍ତି । ଏଥିରେ ଅଭିଯୁକ୍ତ ୩ଜଣକୁ ପୋଲିସ ଗିରଫ କରିଛି । ଏମାନେ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକର ଅନେଶ ଦାସ ପ୍ରଧାନ,ରାୟଗଡ ବ୍ଲକର ବିକ୍ରମ ଶବର ଏବଂ ଗୁରାଣ୍ଡି ଗ୍ରାମର ପି.ଦିଲିପ ବୋଲି ଜଣାପଡିଛି । ଏ ନେଇ ଗୁରାଣ୍ଡି ଥାନାରେ କେସ ନଂ ୬୦/୨୦ରେ ମକଦ୍ଦମା ରୁଜୁ ହୋଇ ୩ଜଣକୁ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇ ଥିବା ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡା ଜଣାଇ କହିଛନ୍ତି,ଏହି ବାଇକ୍ ଚୋରା ଗ୍ୟାଙ୍ଗ ନେଇ ଆହୁରି ଅଧିକା ତଦନ୍ତ ଜାରି ରହିଛି ।