ଚୋରା ବିଦେଶୀ ମଦ ଜବତ, ୩ ଗିରଫ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ବୁଗୁଡା ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଚୋରା ବିଦେଶୀ ମଦ ବିକ୍ରି ଅଭିଯୋଗରେ ସେପ୍ଟେମ୍ବର ୩୦ ତାରିଖ ସନ୍ଧ୍ୟାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ବୁଗୁଡା ତହସିଲଦାର ଶ୍ରୀ ଜେନା କୌଣସି ସୂତ୍ରରୁ ଖବର ପାଇ ବୁଗୁଡା ପୋଲିସ ଓ ଅବକାରୀ ବିଭାଗର ସହଯୋରେ ପାଙ୍ଗିଡି ମୁଖ୍ୟ ସଡକ କଡର ଦୁଇ ଦୋକାନରେ ବିଦେଶୀ ମଦ ବିକ୍ରି କରୁଥିବା ବେଳେ ମଦ ଜବତ କରିବା ସହ ଦୁଇ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିଲେ। ସେହିପରି ବୁଗୁଡା- ପୋଲସରା ମୁଖ୍ୟ ସଡକ କଡରେ ଥିବା ପେଟ୍ରୋଲ ପମ୍ପ ନିକଟସ୍ଥ ଏକ କ୍ୟାବିନ ଉପରେ ଚଢ଼ାଉ କରି ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲେ। ଚୋର ବିଦେଶୀ ମଦ ବିକ୍ରି ଅଭିଯୋଗରେ ଗିରଫ ତିନିଜଣଙ୍କ ମଧ୍ୟରୁ ପୋଲିସ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଅବକାରୀ ବିଭାଗ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ମୁଖ୍ୟ ସଡକ ପାର୍ଶ୍ୱରେ ନିର୍ଭୟରେ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ଏକଜିୟୁଟିଭ ମାଜିଷ୍ଟ୍ରେଟ ନିକଟକୁ ଖବର ଆସିବା ପରେ ମଦ ଜବତ ହୋଇ ଚୋରା ମଦ ଦୋକାନକୁ ଗିରଫ କରାଯାଇଥିବା ବେଳେ ଅବକାରୀ ବିଭାଗ କିପରି ଏହି ବିଷୟ ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ଅବକାରି ବିଭାଗ ଥାନା ଅଧିକାରୀ ନଥିବା ଯୋଗୁ ଅବକାରୀ ବିଭାଗ ନିଷ୍କ୍ରିୟ ଥିବା ବେଳେ ବର୍ତ୍ତମାନ ନୂତନ ଓଆଇସି ନିଯୁକ୍ତି ପରେ ନିଷ୍କ୍ରିୟତା କାହିଁକି ? ଅବକାରୀ ବିଭାଗ ସବୁଜାଣି ଧୃତରାଷ୍ଟ୍ର ପାଲଟି ଯାଇନାହିଁତ !!!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ