ଚୋରା ମଦଭାଟି ଉପରେ ଅବକାରୀ ବିଭାଗର ଚଢାଉ ମଦସାମଗ୍ରୀ ଜବତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଓ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନାଙ୍କ ଉପସ୍ଥିତିରେ ତଥା ଚିକିଟି ଅବକାରୀ ଉପ-ଅଧିକ୍ଷକ କୁମୁଦ ରଞ୍ଜନ କୁଅଁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଟପୁର ଥାନା ଅନ୍ତର୍ଗତ ଦାମପୁର, ଟି. ଗୋବିନ୍ଦପୁର, ପଦ୍ମପୁର, ରଜନାପଲ୍ଲି, ଆଦି ଗ୍ରାମର ପାହାଡିଆ ଜଙ୍ଗଲ ଅଞ୍ଚଳ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୭୮୧୦ ଲିଟର ଗୁଡ଼ ଓ ମହୁଲ ପିଡ଼ିଆ ପୋଚ ଓ ୨୦୦ ଲିଟର ଚୋରା ଅପମିଶ୍ରିତ ଦେଶୀ ଚୋରା ରନ୍ଧା ମଦ, ପ୍ଲାଷ୍ଟିକ ବାଲ୍ଟି , ଡ୍ରମ, ଡେକ୍ଚି ଇତ୍ୟାଦିକୁ ଘଟଣାସ୍ଥଳରେ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୪,୪୦,୦୦୦/- ଟଙ୍କା ହେବ ବୋଲି ଜଣାପଡ଼ିଛି। ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ଵରେ ଏହି ଚଢ଼ାଉରେ ଦିଗପହଣ୍ଡି ଅବକାରୀ ଥାନା ଅଧିକାରିଣୀ ଅନିତା ପ୍ରଧାନ, ପାଟପୁର ଥାନା ଏସ୍. ଆଇ ସୁଲେମାନ ଭୂୟାଁ, ପୋଡ଼ାମାରୀ ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ, ଓ ଦିଗପହଣ୍ଡି, ଚିକିଟି , ଗୋଳନ୍ଥରା, ବ୍ରହ୍ମପୁର ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଏ.ପି.ଆର ଫୋର୍ସ ଓ ପୋଲିସ୍ କର୍ମଚାରୀ ମାନେ ସାମିଲ ହୋଇ ଅତର୍କିତ ଚଢ଼ାଉ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ