ଚୋରା ମଦ କାରବାରକୁ ନେଇ ଗଙ୍ଗଦାହାଟରେ ମାରଣାତ୍ମକ ଆକ୍ରମଣ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟରେ ୨୫ତାରିଖ ତଥା ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ଗଣ୍ଡଗୋଳ ହେବା ସହ ମରଣାତ୍ମକ ଆକ୍ରମଣ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପରେ ଉଭୟ ପକ୍ଷରୁ ଆପୋସ ସମାଧନ ହୋଇଥିବା ଜଣାଯାଇଛି । କୋରୁଅ ଗ୍ରାମର ଚରଣ ମହାନ୍ତିଙ୍କ ଅଭିଯୋଗ ମୁତାବକ ତାଙ୍କ ଜ୍ୱାଇଁ ଗଙ୍ଗଦାହାଟରେ ଏହ ହୋଟେଲ କରିଛନ୍ତି । ସେହି ହୋଟେଲକୁ ୨୫ ହଜାର ଟଙ୍କା ଆଣି ଦେବା ପାଇଁ ଆସିଥିଲେ । ବାଟରେ ଆସୁଥିବା ସମୟରେ ବଜାରରେ ଥିବା ପାନ ଦୋକାନରୁ ପାନ ଖାଉଥିଲେ । ସେହି ସମୟରେ ଡେରିକି ପଂଚାୟତର ଜୈନିକ ବ୍ୟକ୍ତି ମୋତେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମୋ ବେକକୁ ଧରି ଆକ୍ରମଣ କରିଥିଲେ । ସେହି ସମୟରେ ଉକ୍ତ ବ୍ୟକ୍ତିଙ୍କର ପୁଅ ଆସି ମୋର ମୁଣ୍ଡର ପଛପାଶ୍ୱର୍କୁ ରିଭଲଭରରେ ପ୍ରହାର କରି ପାଖରେ ଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ । ମୁଁ ଚିତ୍କାର କରିବାରୁ ଉକ୍ତ ପାନ ଦୋକାନୀ ମୋତେ ସେମାନଙ୍କ ଠାରୁ ଉଦ୍ଧାର କରିଥିବା ଅଭିଯୋଗରେ ଦର୍ଶାଯାଇଥିଲେ । କୌଣସି ସୂତ୍ରରୁ ଗାରୋଇ ଫାଣ୍ଡି କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଂଚି ରିଭଳଭରକୁ ଜବତ କରିଥିବା ଜଣାଯାଇଛି । ଅପରପକ୍ଷେ ଚୋରା ମଦ କାରବାରକୁ ନେଇ ଏପରି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଗଂଗଦାହାଟରେ ପୋଲିସ ପ୍ରାଟ୍ରୋଲିଂ କଡାକଡି ହେଉ ନଥିବା ବୁଦ୍ଧିଜୀବମାନେ ମତବ୍ୟକ୍ତ କରିଛନ୍ତି । ଏସଂପର୍କରେ ଥାନା ଆଇଆଇସି ଭରତ କୁମାର ବେହେରାଙ୍କୁ ପଚାରିବାରୁ ଥାନାରେ ଅଭିଯୋଗ ହୋଇଥିଲା,ଏହା ସହିତ ଏକ ନକଲି ବନ୍ଧୁକ ଜବତ ହୋଇଛି । କିନ୍ତୁ ଉଭୟ ପକ୍ଷରୁ ଆପୋସ ସମାଧାନ ହୋଇଥିବା ପ୍ରକାଶ କରିବା ସହିତ ଉକ୍ତ ଅଂଚଳରେ ପାଟ୍ରୋଲିଂ କଡାକଡି କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ