ଚୋରା ମଦ ଚାଲଣ କାରକୁ ଧରିଲା ପୁଲିସ

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଂଜାମ ଜିଲ୍ଲାରେ ବେଆଇନ ମଦ କାରବାର ଉପରେ ପୁଲିସ ଓ ଅବକାରୀ ବିଭାଗର ଘନଘନ ଚଢଉ ଜାରି ରହିଛି । ଗତକାଲି ବିଳମ୍ବିତ ରାତିରେ ଛତ୍ରପୁର ଥାନା ପୁଲିସ ଏକ ଚୋରା ମଦ ଚାଲଣ କାରବାର ଉପରେ ଚଢଉ କରିଛି । ୧୬୦ ଲିଟର ଦେଶୀ ମଦ ସହ ଗୋଟିଏ କାରକୁ ବଜତ କରାଯାଇଥିବା ବେଳେ ଦୁଇଜଣକୁ ଗିରଫ କରାଯାଇଛି । ଗିରଫ ଦୁଇଜଣ ଗୁହାରିଆ ପାଟଣା ଏବଂ ଖଲିକୋଟ ଅଂଚଳ ର ପ୍ରମୋଦ ଜାନୀ ଓ ମଳୟ ଜାନୀ ବୋଲି ଜଣାପଡିଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ (ଓଆର୍‌୦୨ବିଏଫ୍‌-୨୦୨୯) ମାଧ୍ୟମରେ ଚୋରା ମଦ ଚାଲଣ ହେଉଥିବା ସୂଚନା ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ନେତୃତ୍ୱରେ ସେକେଣ୍ଡ ଅଫିସର ସତ୍ୟଜିତ୍ ବେଣୀଆଙ୍କ ସମେତ ପୁଲିସ କର୍ମଚାରୀମାନେ ବଡଶଙ୍ଖ ଠାରେ ଚଢଉ କରିଥିଲେ । ବେଆଇନ ମଦ ସହ କାରକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ଛୋଟରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ