ଚୋରା ମଦ ଜବତ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ) : ଦିଗପହଣ୍ଡି ପୋଲିସ ରବିବାର କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଆର. ଭୂଷଣ ପାତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୨୦ ଲିଟର ରନ୍ଧା ଦେଶୀ ମଦ,୧୮ ହଜାର ଟଙ୍କା, ମୋଟର ସାଇକେଲ ଏବଂ ୨ ଟି ମୋବାଇଲ ଜବତ କରାଯାଇଛି। ଥାନା ମାମଲା ନଂ.୪୦୭/୨୩ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଅଭିଯୁକ୍ତ ଜଣକ ଗାଁ ରେ ବେଆଇନ ଭାବେ ରନ୍ଧା ଦେଶୀ ମଦ ଚୋରା ରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଶନିବାର ସନ୍ଧ୍ୟା ପ୍ରାୟ ୬ ଟାରେ ଦିଗପହଣ୍ଡି ଥାନା ଏସ.ଆଇ ମାଧବ ଚନ୍ଦ୍ର ଟାକ୍ରୀ ସଦଳବଳେ ଚଢ଼ାଉ କରି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥି


