ଚୋରା ମଦ ଜବତ , ୨ ଗିରଫ
ରାଇରଙ୍ଗପୁର , (ଯୁଗାବ୍ଦ ନୁ୍ୟଜ୍) : ଅବକାରୀ ବିଭାଗର କାମ କରୁଛି ପୋଲିସ । ଜିଲ୍ଳାରୁ ଅସାଧୁ ମଦ ବ୍ୟବସାୟୀଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିିଡିିଛି ରାଇରଙ୍ଗପୁର ପୋଲିସ । ଶନିବାର ଅପରାହ୍ନରେ ଦୁଇ ଚୋରା ମଦ ବେପାରୀଙ୍କୁ ରାଇରଙ୍ଗପୁ ର ଲିଙ୍କ ରୋଡ ଏବଂ ଅଶନବଣି ରାସ୍ତାରେ ପୋଲିସ ଅଭିଯୁକ୍ତ ମାନଙ୍କୁ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ପରିଚୟ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପିଠାକୁଟୁଣୀ ଗ୍ରାମର ମାଥା ମାହିଲି (୨୭) ବୈଦ୍ୟନାଥ ମାହିଲି (୨୫) ବୋଲି ଜଣାପଡିଛି । ୨ ଅସାଧୁ ବ୍ୟବସାୟୀ ଠାରୁ ୫ ଲିଟର ଦେଶୀ ମଦ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଛି । ଅସାଧୁ ବ୍ୟବସାୟୀ ମାନଙ୍କୁ ଗିରଫ କରିବା ସହ ଚୋରା ମଦକୁ ଜବତ କରାଯିବ ବୋଲି ରାଇରଙ୍ଗପୁର ଥାନା ଅଧିକାରୀ ରଂଜନ ସେଠୀ ସୂଚନା ଦେଇଛନ୍ତି ।