ଚୋରା ମଦ ମାଫିଆଙ୍କ କବ୍ଜାରେ କୋଣାର୍କ ସହର : ଚେଇଁ ଶୋଇଚି ଅବକାରୀ ବିଭାଗ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଏବେ ନକଲି ଓ ଚୋରା ମଦ ବ୍ୟବସାୟୀଙ୍କ କବ୍ଜାରେ । ଏଠାରେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନିଘୋଡ଼ ନିଦ୍ରାରେ ଥିବା ଦେଖିବାକୁ ମିଳିଛି । ଖବରରୁ ପ୍ରକାଶ ଯେ , କୋଣାର୍କରେ ଥିବା ସରକାରୀ ମଦ ଦୋକାନରୁ ରାତିଅଧିଆ ଚଢ଼ା ଦରରେ ମୋଟା ଅଙ୍କରେ ମଦ ଉଠାଇ କିଛି ଚୋରା ବ୍ୟବସାୟୀ ନିଜ ଘରେ ରଖି ଖୁଲମଖୁଲା ବ୍ୟବସାୟ କରୁଥିବା ବେଳେ କୋଣାର୍କରେ ଥିବା କିଛି ଅସାଧୁ ବ୍ୟବସାୟୀଙ୍କ ଦୋକାନରେ ରଖି ବେପାର କରୁଥିବା ଦେଖିବାକୁ ମିଳୁଛି ଏବଂ ଏଥିରେ ସରକାରୀ ମଦ ଦୋକାନରେ କାର୍ଯ୍ୟରତ କିଛି କର୍ମଚାରୀ ସାମିଲ ଥିବା କଥା ମଧ୍ୟ ସାମ୍ନାକୁ ଆସୁଛି । ଏଠାକୁ ମଧ୍ୟ ବାହାର ଜାଗାରୁ କିଛି ନକଲି ମଦ ବ୍ୟବସାୟୀ କମ୍ ଦାମରେ ମଦ ଦେଇ ଯାଉଥିବା ବେଳେ ଏଠିକାର ଚୋରା ବ୍ୟବସାୟୀ ତାକୁ ଦୋକାନ ମାନଙ୍କରେ ଦେଇ ମୋଟା ଅଙ୍କରେ ଲାଭ କରୁଥିବା ଦେଖିବାକୁ ମିଳିଛି । ଏଠାରେ ଅବକାରୀ ବିଭାଗର ଅଧିକାରୀ ରହୁଥିବା ବେଳେ ଚୋରା ବେପାରୀ ଖୁଲମ ଖୁଲା ବେପାର ଚଳାଇଛନ୍ତି । ସ୍ଥାନୀୟ ଲୋକଙ୍କ ରୋଜଗାର ନଥିବା ବେଳେ ଚୋରା ମଦ ବେପାରୀ ଚଢା ଦରରେ ମଦ ବେପାର କରି ଲୋକମାନଙ୍କୁ ଠକୁଥିବା ହେତୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ନା ଏଠି ଚଢ଼ାଉ କରୁଛି ପୋଲିସ୍ ନା ଅବକାରୀ ବିଭାଗ ସବୁ ଦେଖି ଜାଣିଶୁଣି ଚୁପ୍ ରହିଥିବା ଦେଖିବାକୁ ମିଳିଛି । ଏଠାରେ ଚୋରା ମଦ ବେପାରୀଙ୍କ ପାଦ୍ରୁଭାବ ବୃଦ୍ଧି ପାଉଥାବା ବେଳେ ପ୍ରଶାସନ ଚୁପ କାହିଁକି ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ ? ଚନ୍ଦ୍ରଭାଗା ନୋଳିଆ ସାହିରେ ମଧ୍ୟ ବହୁ ପରିମାଣର ଅପମିଶ୍ରିତ ନକଲି ମଦ ବେପାର ଚାଲିଛି । ସାହିରେ ଏକ ସରକାରୀ ସୀକୃତି ପ୍ରାପ୍ତ ଆସ୍କାଫଟି କାଉଣ୍ଟର ଥିବାବେଳେ ଏଠାକୁ ବାହାରୁ ବହୁ ପ୍ରକାର ଦେଶୀ ଓ ବିଦେଶୀ ନକଲି ଅପ ମିଶ୍ରିତ ମଦ ଆସି ଖୁଲମ ଖୁଲା ବେପାର ଚାଲିଛି । ଉକ୍ତ ସାହିରେ ପାନ ଦୋକାନ ଠାରୁ ଆରମ୍ଭ କରି ନକଲି କ୍ଲିନିକିରେ ମଧ୍ୟ ମଦ ବେପାର ଚାଲିଥିବା ତେଲଗୁ ସାହିର କିଛି ସମାଜସେବୀ କହିଛନ୍ତି । ଏଠାରୁ ପୋଲିସ୍ ଓ ଅବକାରୀ ବିଭାଗ ମୋଟା ଅଙ୍କରେ ବଟି ନେଇ ଚୁପ ରହୁଥିବା ଚର୍ଚ୍ଚା ଜୋର ଧରିଛି । ମଣିଷର ଏଠି ରୋଜଗାର ନଥିବା ବେଳେ ଏଠି ନକଲି ଚୋରାମଦ ବେପାରୀ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଲୁଟୁଥିବା ବା ମରଣ ମୁହଁକୁ ଟାଣୁ ଥିବାରୁ ସାଧାରଣରେ ବିରୋଧ କରାଯିବା ସହ ଜନ ଅସନ୍ତୋଷ ପ୍ରକାଶ ପାଉଛି । ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ ଜୋରଦାର କରାନଗଲେ ଆଗାମୀ ଦିନରେ ଜନଆନ୍ଦୋଳନ ଦାନା ବାନ୍ଧିବ ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ